Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ସାବଧାନ! ସେପ୍ଟେମ୍ବର ୧ତାରିଖରୁ ତମାଖୁ ଖାଇବା ପଡ଼ିବ ମହଙ୍ଗା : ସରକାର ନେଲେ କଡ଼ା ନିଷ୍ପତ୍ତି

5/05/2020 at 7:57 PM

ନୂଆଦିଲ୍ଲୀ ୫/୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ତମାଖୁ ଉତ୍ପାଦକୁ ପ୍ୟାକେଟରେ ଛାପିବା ପାଇଁ ନୂଆ ନିର୍ଦିଷ୍ଟ ସ୍ବାସ୍ଥ୍ୟ ଚେତାବନୀ ଜାରି କରିଛି। ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ୨୦୨୦ ମସିହା ସେପ୍ଟେମ୍ବର କିମ୍ବା ଏହା ପରେ ପ୍ରସ୍ତୁତ କିମ୍ବା ରପ୍ତାନୀ ହୋଇଥିବା ଏବଂ ପ୍ୟାକ୍ କରାଯାଇଥିବା ସମସ୍ତ ତମାଖୁ ଉତ୍ପାଦ ଉପରେ ଚିତ୍ର-୧କୁ ଛାପିବା ତଥା ୨୦୨୦ ସେପ୍ଟେମ୍ବର ୧ତାରିଖରେ ପ୍ରସ୍ତୁତ କିମ୍ବା ପ୍ୟାକ୍ କରାଯାଇଥିବା ସମସ୍ତ ଉତ୍ପାଦରେ ଚିତ୍ର-୨କୁ ଛାପିବା ଅନିବାର୍ଯ୍ୟ ହେବ। ଏଥିରେ କୁହାଯାଇଛି ଯେ ସିଗାରେଟ୍ କିମ୍ବା କୌଣସି ତମାଖୁ ଉତ୍ପାଦର ପ୍ରସ୍ତୁତି ,ଉତ୍ପାଦନ,ରପ୍ତାନୀ ଏବଂ ଆମଦାନୀରେ ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ ଭାବେ ଲଗାଯାଇଥିବା ବ୍ୟକ୍ତିଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ସମସ୍ତ ତମାଖୁ ଉତ୍ପାଦନ ପ୍ୟାକେଟରେ ନୂଆ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ଚେତାବନୀ ଅନିବାର୍ଯ୍ୟ ଭାବେ ଛପା ଯାଇଥିବ।

ବୟାନରେ କୁହାଯାଇଛି ଯେ,‘ ଏହି ସମସ୍ତ ନିୟମର ଉଲ୍ଲଙ୍ଘନ ,ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ,୨୦୦୩ର ଧାରା ୨୦ରେ ନିର୍ଦ୍ଧାରିତ ନିୟମ ଅନୁସାରେ ଜେଲ୍ କିମ୍ବା ଜୋରିମାନା ସହ ଦଣ୍ଡନୀୟ ଅପରାଧ ହେବ।’ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ ତମାଖୁ ବ୍ୟବହାର ଫଳରେ ପ୍ରତି ବର୍ଷ ପାଖାପାଖି ୧୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ।

   Related Posts