Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କରୋନା ମାମଲାରେ ଦେଶ ସପ୍ତମରେ: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ଏହି ତୂଳନା ଭୁଲ୍, ଭାରତରେ ରହିଛି ସବୁଠୁ କମ ମୃତ୍ୟୁହାର

2/06/2020 at 5:35 PM

ନୂଆଦିଲ୍ଲୀ ୦୨।୦୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ମାତ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର କହିବା କଥା ଏଥିରେ ଚିନ୍ତିତ  ହେବାର ଆବଶ୍ୟକତା ନାହିଁ ବରଂ ନିଜର ସୁରକ୍ଷା ପାଇଁ ଉପାୟ କରିବା ଉଚିତ୍। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ କହିଛନ୍ତି, କରୋନା ସଂକ୍ରମଣ ମାମଲାରେ ବିଶ୍ଵ ତାଲିକାରେ ଭାରତ ସପ୍ତମରେ ଥିଲେ ମଧ୍ୟ ଏହି ବିଶ୍ଳେଷଣ ଠିକ୍ ନୁହେଁ। କାରଣ ଅନ୍ୟ ଦେଶ ତୂଳନାରେ ଭାରତର ଜନସଂଖ୍ୟା ଅଧିକ ରହିଛି। କେବଳ ଏତିକି ନୁହେଁ ଭାରତରେ ଆରୋଗ୍ୟହାର କ୍ରମାଗତ ବଢି ଚାଲିଛି ଏବଂ ଦୁନିଆରେ ଅନ୍ୟ ଦେଶ ତୂଳନାରେ ମୃତ୍ୟୁହାର ସବୁଠୁ କମ ରହିଛି। ସେ କହିଛନ୍ତି ଅଦ୍ୟାବଧି ୯୫,୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏବେ ସୁସ୍ଥତାହାର ୪୮.୦୭ ପ୍ରତିଶତ ରହିଛି।

ଅଗ୍ରଓ୍ଵାଲ କହିଛନ୍ତି, ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶ ବିଶ୍ଵରେ ସପ୍ତମ ସ୍ଥାନରେ ରହିଛି। କିନ୍ତୁ ଏହି ବିଶ୍ଳେଷଣ ମନରେ ସନ୍ଦେହ ସୃଷ୍ଟି କରୁଛି। ଏହାର ତୂଳନା ଆମର ଜନସଂଖ୍ୟା ହିସାବରେ ହେବା ଉଚିତ୍। ଆମେ ବାକି ଦେଶ ଅପେକ୍ଷା ବହୁତ ଭଲ ସ୍ଥିତିରେ ଅଛୁ। ଆମ ଦେଶରେ ମାମଲା ବହୁତ ସ୍ଥିର ରହିଛି। ଆଜିର ତଥ୍ୟ ମୁତାବକ ୧୪ ଦେଶ ଯାହାଙ୍କ ଜନସଂଖ୍ୟା ଆମ ଦେଶ ସହ ସମାନତା ରହିଛି ସେଠାରେ ପ୍ରାୟ ୨୨ ପ୍ରତିଶତରୁ ଅଧିକ କେସ୍‌ ସାମ୍ନାକୁ ଆସିଛି ଏବଂ ୫୫ ପ୍ରତିଶତ ମୃତ୍ୟୁ ଘଟିଛି।

ଲଭ୍‌ ଅଗ୍ରଓ୍ଵାଲ କହିଛନ୍ତି  ଆମର ପ୍ରାଥମିକତା ଆମେ କେମିତି ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରି ତାଙ୍କର ଚିକିତ୍ସା କରିବୁ। ଏହି ପ୍ରୟାସ ଫଳରେ ଏପ୍ରିଲ ୧୫ ସୁଦ୍ଧା ମୃତ୍ୟୁହାର ୩.୧୫ ପ୍ରତିଶତ ଥିଲା ଯାହା ଏବେ ୨.୮୨ ପ୍ରତିଶତରେ ରହିଛି। ଏହା ଦୁନିଆରେ ସବୁଠୁ କମ୍ ମୃତ୍ୟୁହାର। ଏମିତି ଦେଶ ଅଛନ୍ତି ଯେଉଁଠି ମୃତ୍ୟୁହାର ୧୯ ପ୍ରତିଶତରୁ ଅଧିକ ରହିଛି। ଯଦି ଆମେ ପ୍ରତି ଲକ୍ଷ ମୃତ୍ୟୁହାର ଦେଖିବା ତେବେ ଏହା ଆମ ଦେଶରେ ବହୁତ କମ ରହିଛି।

ସେ କହିଛନ୍ତି, ଅଧିକାଂଶ ସଂକ୍ରମିତଙ୍କ ମୃତ୍ୟୁ ବହୁବିଧ ରୋଗରେ ପୀଡିତ ଥିବା କାରଣରୁ ହେଉଛି। ଏହା ସହିତ ବାର୍ଦ୍ଧକ୍ୟ ମଧ୍ୟ ଆଉ ଏକ କାରଣ ରହିଛି। କିନ୍ତୁ ଦେଖିବାକୁ ଗଲେ ବାର୍ଦ୍ଧକ୍ୟ ଲୋକଙ୍କଠାରେ ହିଁ କରୋନାର ଅଧିକ ବିପଦ ରହିଛି। ବିଶେଷ କରି ଯିଏ ଡାଏବେଟିସ୍ ରୋଗରେ ପୀଡିତ ତାଙ୍କଠାରେ କରୋନାର ଅଧିକ ବିପଦ ରହିଛି।

   Related Posts