Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦେଶରେ ୧୮ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

15/05/2021 at 11:13 AM

ନୂଆଦିଲ୍ଲୀ ୧୫/୫: ଦେଶରେ ଏପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି କୋଭିଡ ଟିକା । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତି ଆଠଟା ଯାଏଁ ଦେଶରେ ଆଣ୍ଟି କୋଭିଡ ଡୋଜ୍ ମୋଟ ୧୮ କୋଟି ୦୪ ଲକ୍ଷ ୨୯ ହଜାର ୨୬୧ ଜଣ ନେଇଛନ୍ତି । ଟିକାକରଣର ତୃତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୪୨ ଲକ୍ଷ ୫୫ ହଜାର ୩୬୨ ଜଣ ନେଇଛନ୍ତି ଟିକା ।

ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ୧୮ରୁ ୪୪ ବର୍ଷ ବୟସର ୩ ଲକ୍ଷ, ୨୫ ହଜାର ୦୭୧ ହିତାଧିକାରୀ ପ୍ରଥମ ଡୋଜ୍ ଏବଂ ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୪୨ ଲକ୍ଷ ୫୫ ହଜାର ୩୬୨ ଜଣ ଏହି ବୟସ ବର୍ଗର ଲୋକେ ଟିକା ନେଇ ସାରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇଥିବା ମୋଟ ୧୮ କୋଟି ୦୪ ଲକ୍ଷ ୨୯ ହଜାର ୨୬୧ ଜଣ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୯୬ ଲକ୍ଷ ୨୭ ହଜାର ୧୯୯ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ।

ସେହିଭଳି ୬୬ ଲକ୍ଷ ୨୧ ହଜାର ୬୭୫ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ୧ କୋଟି ୪୩ ଲକ୍ଷ ୬୩ ହଜାର ୭୫୪ ଜଣ ଆଗଧାଡିର ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୮୧ ଲକ୍ଷ ୪୮ ହଜାର ୭୫୭ ଜଣ କର୍ମଚାରୀ ଦ୍ୱିତୀୟ ଡୋଜ ପାଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ୧୮ ରୁ ୪୪ ବର୍ଷ ବୟସର ମୋଟ ୪୩୨ ଲକ୍ଷ ୫୫ ହଜାର ୩୬୨ ଜଣ ଲୋକଙ୍କୁ ଟିକାକରଣର ପ୍ରଥମ ଡୋଜ୍ ଦିଆଯାଇଛି ।

   Related Posts