Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଏବେବି କରୋନାକୁ ଭାରତରେ ଡରୁ ନାହାନ୍ତି ଲୋକେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲେ୫୦%ରୁ ଅଧିକ ପିନ୍ଧୁ ନାହାନ୍ତି ମାସ୍କ

21/05/2021 at 4:33 PM

ନୂଆଦିଲ୍ଲୀ ୨୧।୫: କରୋନା ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କଲାଣି। ସଂକ୍ରମଣ ଗାଁକୁ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ବଢିବଢି ଚାଲିଛି। ହେଲେବି କରୋନା ପ୍ରତି ଭାରତରେ ଲୋକେ  ଭୟ କରୁନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏକ ରିପୋର୍ଟରେ କହିଛନ୍ତି। କରୋନା ଦ୍ୱିତୀୟ ଲହର ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆଣ୍ଠୁମାଡି ବସାଇଦେଇଛି। ପରିସ୍ଥିତିକୁ ଆୟତ୍ତ କରିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ୍‌ ଜାରି ରହିଛି। ଲୋକଙ୍କୁ ନିତ୍ୟାନ୍ତ ଆବଶ୍ୟକତା ନଥିଲେ ଘରୁ ପଦାକୁ ନ ବାହାରିବାକୁ ନିବେଦନ କରାଯାଉଛି। ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି। ତଥାପି ଦେଶରେ ୫୦ ପ୍ରତିଶତରୁ ଅଧିକ ଲୋକେ ମାସ୍କ ପିନ୍ଧୁ ନଥିବା ମନ୍ତ୍ରାଳୟ ରିପୋର୍ଟରେ ସୂଚିତ କରିଛନ୍ତି।

ଏ ନେଇ ମନ୍ତ୍ରାଳୟଙ୍କ ଦ୍ୱାରା ଗୁରୁବାର ଜାରି ରିପୋର୍ଟରେ ୫୦ ପ୍ରତିଶତ ଲୋକେ ମାସ୍କ ପିନ୍ଧୁ ନଥିବା ବେଳେ ମାସ୍କ ପିନ୍ଧୁଥିବା ୬୪ ପ୍ରତିଶତ ଲୋକେ ସେମାନଙ୍କ ନାକ ଢାଙ୍କୁ ନଥିବା ଉଲ୍ଲେଖ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ଅନୁସାରେ ଏବେ ଦେଶର ୮ଟି ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। ୯ ରାଜ୍ୟରେ ସକ୍ରିୟ ମାମଲାସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ଥିବା ବେଳେ ୧୯ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୫୦ ହଜାରରୁ ବି କମ୍‌ ରହିଛି।

ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ସକରାତ୍ମକତା ହାର ୨୫ ପ୍ରତିଶତରୁ ଅଧିକ ରହୁଛି। ଦେଶରେ ଗତ ୧୦ ସପ୍ତାହ ହେଲା କୋଭିଡ-୧୯ ସକରାତ୍ମକତା ଲଗାତାର ବଢି ରହିବା ପରେ ଗତ ୨ ସପ୍ତାହ ହେଲା ଏଥିରେ ହ୍ରାସ ଦେଖାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂତ୍ର ଅନୁସାରେ ଗୁରୁବାର ଦେଶରେ ୨ଲକ୍ଷ ୭୬ ହଜାର ୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ୩ ହଜାର ୮୭୪ ଜଣ ପ୍ରାଣ ହରାଇଛନ୍ତି। ତେବେ ଦେଶରେଏହି ସମୟରେ ୩,୬୯,୦୭୭ ଜଣ ଲୋକେ ସୁସ୍ଥ ହୋଇଘରକୁ ଫେରିଛନ୍ତି।    

   Related Posts