କରୋନା ଉପଚାର ପାଇଁ ପ୍ଲାଜମା ଥେରାପୀର ବ୍ୟବହାର ବେଆଇନ: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ଚିକିତ୍ସା କଣ ପ୍ଲାଜମା ଥେରାପୀରେ କରାଯାଇ ପାରିବ ? ଏହାକୁ ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ରାୟ ରହିଛି। ଏହା ମଧ୍ୟରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରି ଦେଇଛି ଯେ, ପ୍ଲାଜମା ଥେରାପୀକୁ ନେଇ କୌଣସି ପ୍ରାମାଣିକ ଥିଅରୀ ଆସିନାହିଁ। ଏହାକୁ ନେଇ ସଂପ୍ରତି ଗବେଷଣା ଜାରି ରହିଛି। ପ୍ଲାଜମା ଥେରାପୀର ବ୍ୟବହାର ଯଦି ଗାଇଡ୍‌ଲାଇନ୍‌ ମୁତାବକ କରାନଯାଏ ତେବେ ଏହା ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି, ପ୍ଲାଜମା ଥେରାପୀ ଉପରେ ବହୁତ ଚର୍ଚ୍ଚା ହେଉଛି। କୋଭିଡ୍-୧୯ର ଚିକିତ୍ସା ପାଇଁ ଦେଶରେ କଣ ଦୁନିଆରେ ମଧ୍ୟ ଏହାର କୌଣସି ପ୍ରମାଣିକ ଔଷଧ  ବାହାରି ନାହିଁ। ପ୍ଲାଜମା ଥେରାପୀକୁ ଏବେ ପ୍ରାୟୋଗିକ ସ୍ଥିତିରେ ରହିଛି। ମାତ୍ର ଏହାକୁ ଦାବି କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ଯେ, ପ୍ଲାଜମା ଥେରାପିକୁ କୋଭିଡ୍-୧୯ର ଚିକିତ୍ସା ଭାବେ  ବ୍ୟବହାର କରାଯାଇ ପାରିବ।  ICMR ଏହାକୁ ନେଇ ଗବେଷଣା କରୁଛି। ତେଣୁ ଏହା ଜରୁରୀ, ଯେ ପର୍ଯ୍ୟନ୍ତ ICMR ଗବେଷଣା ପୂରା ନକରିଛି, ସେ ପର୍ଯ୍ୟନ୍ତ ଏହାର ପ୍ରୟୋଗ ଗବେଷଣା କିମ୍ବା ପରୀକ୍ଷଷରେ କରାଯିବ। ପ୍ଲାଜମା ଥେରାପୀର ବ୍ୟବହାର ଯଦି ଗାଇଡ୍‌ ଲାଇନ୍ ଅନୁରୂପ ନହୁଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

ସେ କହିଛନ୍ତି, ଯେ ପର୍ଯ୍ୟନ୍ତି ଆଇସିଏମଆର ଏହାର ସାର୍ଟିଫିକେସନ୍ କରି ନାହିଁ ସେ ପର୍ଯ୍ୟନ୍ତ ଏହି ଥେରାପୀର ଉପଯୋଗ ବେଆଇନ ଅଟେ। ଏହାକୁ ପ୍ରୟୋଗ ଭାବେ ବ୍ୟବହାର କରାଯାଇ ପାରିବ ମାତ୍ର ଉପଚାର ଭାବେ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.