କରୋନା : ଆରୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରୋଟୋକଲ, ସୁଷମ ଖାଦ୍ୟ ଖାଇବା ସହ ଯୋଗ ପ୍ରାଣାୟମ କରିବାକୁ ପରାମର୍ଶ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲଗିଛି । ଏହାମଧ୍ୟରେ ଦେଶରେ ସୁସ୍ଥ ହାର ଢେର୍‌ ଅଧିକା ରହିଛି । ଏସବୁ ଭିତରେ ଆଜି  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 'post COVID-19 management protocol' ଜାରି କରାଯାଇଛି । କରୋନାରୁ ଆରୋଗ୍ୟ ଲାଭ ପରେ କେମିତି ନିଜର ଯତ୍ନ ନେବେ ଆକ୍ରାନ୍ତ । ସେନେଇ ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।

wp:html /wp:html

ସାମଗ୍ରୀକ ଭାବେ ଆକ୍ରାନ୍ତ ବ୍ୟକ୍ତି ନିଜର ଯତ୍ନ ନେବା ସହିତ ସାମାଜିକ ଦାୟିତ୍ବ ନିର୍ବାହ କରିବେ ସେନେଇ ଗାଇଡ ଲାଇନରେ କୁହାଯାଇଛି । ବ୍ୟକ୍ତିଗତସ୍ତରରେ ସଂପୃକ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ସହିତ ହାତ ଧୋଇବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ସେହିପରି ପର୍ଯ୍ୟପ୍ତ ପରିମାଣର ପାଣି ପିଇବାକୁ କୁହାଯାଇଛି । ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରାଳୟ ପରାମର୍ଶ ଦେଇଥିବା ଔଷଧ ସେବନ କରିବେ । 

ଏହା ସହିତ ଯଦି ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି । ତେବେ ସେ  ନିଜର କାମ କରିପାରିବେ । ଯୋଗ ପ୍ରାଣାୟମ ମଧ୍ୟ କରିବାକୁ ଗାଇଡ ଲାଇନରେ କୁହାଯାଇଛି । ସେହିପରି ସାମାଜିକ ସ୍ତରରେ ଅନ୍ୟମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ନିଜର ପଜିଟିଭ ଏକ୍ସପେରିଏନ୍ସ ସେୟାର କରିବାକୁ କୁହାଯାଇଛି । ମେଡିକାଲରୁ ଡିସ୍ ଚାର୍ଜ ହେବା ପରେ ଫୋନ ମାଧ୍ୟମରେ ସ୍ବାସ୍ଥ୍ୟକର୍ମୀଙ୍କ ଯୋଗାଯୋଗରେ ରହି ନିଜର ଯତ୍ନ ନେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.