Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

୩୨୮ପ୍ରକାର ଔଷଧ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

13/09/2018 at 5:49 PM

ନୂଆଦିଲ୍ଲୀ ୧୩|୯: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୩୨୮ପ୍ରକାର ଔଷଧ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମାସେ ପୂର୍ବରୁ ଏକ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ ଏଗୁଡିକ ବନ୍ଦ କରିବା ଲାଗି ସୁପାରିଶ କରିଥିଲା । ଏହାସହ ମନ୍ତ୍ରଣାଳୟ ଆଉ ୬ଟି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ରୋକ୍ ଲଗାଇବେ । ଏହାଦ୍ବାରା ୧.୧୮ଲକ୍ଷ କୋଟି ଟଙ୍କାର ଫାର୍ମା ଉଦ୍ୟୋଗରୁ ୧୫୦୦କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯିବ । ଯେଉଁ ଔଷଧ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଥିରେ ମୁଣ୍ଡବିନ୍ଧା ଏବଂ ଅନ୍ୟ କେତେକ ରୋଗର ଔଷଧ ସାମିଲ ରହିଛି ।

ଏଥିରେ ମସଲନ ପିରାମଲ ସେରିଡନ, ମେକ୍ଲାଏଡ ଫାର୍ମାର ପେନଡର୍ମ ପ୍ଲସ କ୍ରିମ୍ ଏବଂ ଏକ୍ଲେମ ଲାବ୍ରୋଟୋରିଜ୍ ର ଟେକ୍ସିମ ଏଜେଡ୍ ସାମିଲ ଥିବା ଶୁଣିବାକୁ ମିଳୁଛି । ଲୋକ ପ୍ରିୟ କଫ୍ ସିରପ୍ ଏବଂ ଥଣ୍ଡାଜ୍ବରର ଔଷଧ ବନ୍ଦ କରୁନାହାନ୍ତି । ମାତ୍ର ଏହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏକ ରିପୋର୍ଟ ଅନୁସାରେ ମୁଣ୍ଡବିନ୍ଧା ଔଷଧ ସେରିଡନକୁ ବନ୍ଦ କରିଦେଇଥିବାବେଳେ ଡିକୋଲ୍ଡ ଟୋଟଲ, ଫେସେଡାଇଲ ଏବଂ ଗ୍ରାଇଲିଙ୍କଟ୍ ସକୁ ବନ୍ଦ କରିନାହାନ୍ତି । କାରଣ ଖାଲି ଟେକ୍ନିକାଲ ବୋର୍ଡର ସୁପାରିସରେ ଏହି ଔଷଧ ଗୁଡିକୁ ବନ୍ଦ ନକରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ଔଷଧଗୁଡିକୁ କେବଳ ଏଥିପାଇଁ ବନ୍ଦ କରାଯାଉ କି ଏହା ୧୯୮୮ ପୂର୍ବରୁ ନିର୍ମିତ ହୋଇଛି । ଡ୍ରଗ୍ ଟେକ୍ନିକାଲ ଆଡଭାଇଜରୀ ବୋର୍ଡର ସଦ୍ୟ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୩୨୮ କମ୍ବିନେଶନ ଔଷଧ ବନ୍ଦ କରାଯାଇଛି । ଏହା ଫିକ୍ସ୍ଡ ଜୋନ୍ କମ୍ବିନେଶନରେ ଆସୁଛି । ଏହି ଔଷଧ ଗୁଡିକ ରୋଗୀମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ।

ସୁପ୍ରିମ୍‌କୋର୍ଟ ଗତ ବର୍ଷ ୩୨୮ ଫିକସ୍ଡ ଡୋଜ୍ ମିଶ୍ରଣର ଔଷଧ ଗୁଡିକୁ ପୁନଶ୍ଚ ପରୀକ୍ଷଣ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ଏହି ଔଷଧଗୁଡିକ ଉପରେ ଲାଗାଯାଇଥିବା ପ୍ରତିବନ୍ଧକକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲା ।

   Related Posts