Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଖୁଲାସା : ଯଥେଷ୍ଟ ନାହିଁ ଚିକିତ୍ସା ବ୍ୟବସ୍ଥା, ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେସନ ବେଡ଼

22/03/2020 at 11:17 AM

ନୂଆଦିଲ୍ଲୀ ୨୨/୦୩ : ଭୟଙ୍କର କରୋନା ଭାଇରସ ଯୋଗୁଁ ପୁରା ବିଶ୍ୱ ଆତଙ୍କିତ ହୋଇପଡିଛି | ଦେଶବାସୀ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି | ଯେନମାନେ ସଂକ୍ରମିତ ହୋଇଛନ୍ତି ତାଙ୍କ ଚିକିତ୍ସା ପାଇଁ ସରକାର କ୍ୱାରେଣ୍ନାଇନ ବ୍ୟବସ୍ଥା କରିଛନ୍ତି | ସଂକ୍ରମିତଙ୍କ ପାଇଁ ସରକାର ଆଇସୋଲେସନ ୱାର୍ଡ ତିଆରି କରିଛନ୍ତି | କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ ଖୁଲାସା କରିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରୁଥିବା ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଦେଶରେ ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେସନ ୱାର୍ଡ ଓ ୩୬ ହଜାର ଲୋକଙ୍କ ପାଇଁ ଗୋଟିଏ କ୍ୱାରେଣ୍ନାଇନ ବେଡ଼ ରହିଛି | ରିପୋର୍ଟ ଅନୁଯାୟୀ, ପ୍ରତି ୧୧ ହଜାର ୬୦୦ ଭାରତୀୟଙ୍କ ପାଇଁ ଜଣେ ଡାକ୍ତର ଓ ୧୮୨୬ ଭାରତୀୟଙ୍କ ପାଇଁ ହସ୍ପିଟାଲର ଗୋଟିଏ ବେଡ଼ ରହିଛି |

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର, ଅର୍ଥାତ ଆଜି ଜନତା କର୍ଫ୍ୟୁ ଅପିଲ କରିଛନ୍ତି | ସାଲ ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜ ଘରେ ରହିବାକୁ ଅପିଲ କରିଛନ୍ତି | ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରାଜ୍ୟ କିଛି ଶକ୍ତ ପଦକ୍ଷେପ ମଧ୍ୟ ନେଇଛନ୍ତି | ମେଟ୍ରୋ ସେବା ନିଲମ୍ବିତ କରିଦିଆଯାଇଛି | ସମସ୍ତ ସହରର ସପିଙ୍ଗ ମଲ, ଜିମ, ହୋଟେଲ, ରେସ୍ତୋରାଁ ଆଦି ସମ୍ପୂର୍ଣ ବନ୍ଦ କରିଦିଆଯାଇଛି | ପୋଲିସକର୍ମୀ ମଧ୍ୟ ନିୟୋଜିତ କରାଯାଇଛି | ଦେଶର ଅନେକ ରାଜ୍ୟ ଏହି ଅପିଲକୁ ପାଳନ କରୁଛନ୍ତି | ରାଜରାସ୍ତା ଜନଶୂନ୍ୟ ହୋଇପଡିଛି | ମୋଦିଙ୍କ ଏହି ଅପିଲକୁ ସମ୍ମାନ ଜଣାଇ ଲୋକେ ଘରେ ସୁରକ୍ଷିତ ଅଛନ୍ତି |

   Related Posts