ଭୁବନେଶ୍ବର ଏମ୍ସ ମନାକରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏସ୍‌ସିବିରେ ଚିକିତ୍ସିତ ହେବେ ଜଗା କାଳିଆ

Published By : Prameya-News7 Bureau | August 02, 2019 IST

ଭୁବନେଶ୍ବର ୨|୮: ଭୁବନେଶ୍ବର ଏମ୍ସ ମନାକରିବା ପରେ ଜଗା କାଳିଆ ଏସସିବିରେ ଚିକିତ୍ସିତ ହେବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜଗା କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜଗା କାଳିଆଙ୍କୁ ରଖିବାକୁ ମନାକରିଥିଲା ଭୁବନେଶ୍ବର ଏମ୍ସ । ଯୋଡ ମୁଣ୍ଡରୁ ଅଲଗା ହୋଇଥିବା ଜଗା କାଳିଆଙ୍କୁ ସ୍ବାସ୍ଥ୍ୟସେବା ଯେଗାଇଦେବାକୁ ଭିତ୍ତିଭୂମୀ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଦେଇଥିଲେ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ । ଫଳରେ ନିକଟରେ ଜଗା କାଳିଆଙ୍କ ଓଡିଶା  ଫେରିବା ଆଶା ଏକପ୍ରକାର ମଉଳି ଯାଇଥିଲା । ଜଗା କାଳିଆଙ୍କୁ ଫେରାଇ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଥିଲେ । କିନ୍ତୁ ଭୁବନେଶ୍ବର ଏମ୍ସ ଜଗା କାଳିଆଙ୍କୁ ରଖିବାକୁ ସିଧା ସିଧା ମନାକରିଦେଇଥିଲା । ୨୦୧୯ ଜୁନ୍ ୨୯ରେ ଜଗା କାଳିଆଙ୍କ ଡିସଚାର୍ଜ ସଂପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଓଡିଶାର ୫ ଜଣିଆ ଡାକ୍ତରୀ ଦଳ । ଓଡିଶା ଫେରିବାକୁ ବାରମ୍ବାର ଅନୁରୋଧ କରୁଥିଲେ ଜଗା କାଳିଆଙ୍କ ବାପା ଭୂୟାଁ କହଁର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.