ପରିସ୍ଥିତି ବିଗିଡିଲେ ରାଜ୍ୟରେ ହୋଇପାରେ ଲକ୍ ଡାଉନ୍ : ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | February 22, 2021 IST

ଭୁବନେଶ୍ବର ୨୨।୨: ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ଓଡିଶାରେ ଏବେ ଚିନ୍ତା ବଢିବାରେ ଲାଗିଲାଣି । ଏହାକୁ ଦେଖି ରାଜ୍ୟ ସରକାର ଆଗୁଆ ସତର୍କତା ଗ୍ରହଣ କରିଛନ୍ତି । ତେବେ ପରିସ୍ଥିତି ବିଗିଡିଲେ ରାଜ୍ୟରେ ଲକ୍ ଡାଉନ୍ ହୋଇପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ କହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । ଆହୁରି ମଧ୍ୟ କୋଭିଡ୍ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କରୋନା ଟେଷ୍ଟିଂ ବଢାଇବାକୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ ଗାଇଡ୍ ଲାଇନ୍ କଡ଼ାକଡ଼ି ପାଳନ ପାଇଁ ଆଗରୁ ନିର୍ଦ୍ଦେଶ ଦେଇସାରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ଏସପିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବସାଧାରଣ ସ୍ଥାନ, ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହିତ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ହାଟ ବଜାରରେ ନିୟମିତ ନିୟମିତ ମାଇକ୍ ଯୋଗେ ଘୋଷଣା ସହିତ ଜନସାଧାରଣଙ୍କୁ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି ।

କୋଭିଡ୍ ଗାଇଡ୍ ଲାଇନ୍ ସଠିକ୍ ଭାବେ ପରିଚାଳନା ହେଉଛି କି ନାହିଁ ଘରୋଇ ଓ ସରକାରୀ ଅନୁଷ୍ଠାନ ବ୍ୟକ୍ତିଗତ ଭାବେ ତଦରଖ କରିବାକୁ ପରାମର୍ଶ ଦିଆଯାଇଛି । ବଡ଼ ଧରଣର ଜନସମାଗମ ଉପରେ କଟକଣା ଲାଗିଛି । ବିବାହ, ସାମାଜିକ, ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ, ମନୋରଞ୍ଜନ ଓ ଶିକ୍ଷା ସମାବେଶ ଆୟୋଜନ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.