କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ OSD ଅଫିସର ଗାର୍ଡ଼ କରୋନା ସଂକ୍ରମିତ

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭/୪: ଅଖିଳ ଭାରତୀୟ ଆୟୁର୍ବେଦିକ ସଂସ୍ଥାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଓଏସଡି କାର୍ଯ୍ୟାଳୟରେ ନିୟୋଜିତ ଜଣେ ସୁରକ୍ଷାକର୍ମୀ ଏବଂ ପରିସରର ଡା. ବି ଆର ଆମ୍ବେଦକର ସଂସ୍ଥା ରୋଟାରି କ୍ୟାନସର ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବିଶେଷ କାର୍ଯ୍ୟରତ ଅଧିକାରୀଙ୍କ ଏମ୍ସରେ ଥିବା କାର୍ଯ୍ୟାଳୟରେ ନିୟୋଜିତ ଜଣେ ସୁରକ୍ଷାକର୍ମୀ ଶନିବାର କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା।

ଓଏସଡି କାର୍ଯ୍ୟାଳୟ ଥିବା ବ୍ଲକକୁ ସଂକ୍ରମଣମୁକ୍ତ କରାଯାଉଛି। ଓଏସଡି ସମେତ ଅନେକ କର୍ମଚାରୀଙ୍କୁ ଆଇସୋଲେଟ୍ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ନମୁନା ମଧ୍ୟ ଯାଞ୍ଚ କରାଯିବାକୁ ନିଆଯାଇପାରେ। ସୁରକ୍ଷାକର୍ମୀ ଏବଂ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.