କରୋନା ଟିକା ପହଞ୍ଚିବା ମାତ୍ରେ ରାଜ୍ୟବାସୀଙ୍କୁ ଜଣାଇ ଦିଆଯିବ: ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | January 09, 2021 IST

ଝାରସୁଗୁଡା୯/୧: ରାଜ୍ୟରେ କରୋନା ଟିକା ପହଞ୍ଚିବା ପୂର୍ବରୁ ସରକାରୀ ସ୍ତରରେ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ଯରେ ୨ଟି ପର୍ଯ୍ୟାୟରେ ମେଡିକାଲ କଲେଜ, ଜିଲ୍ଲା ସ୍ତରୀୟ ହସ୍ପିଟାଲ ଓ ପିଏଚସି, ସିଏଚସିରେ ଟୀକାକରଣର ଡ୍ରାଏ ରନ୍ ଶେଷ ହୋଇଛି। ରାଜ୍ୟରେ କରୋନା ଟିକା ପହଞ୍ଚିବା ମାତ୍ରେ ସେଗୁଡିକୁ ଆବଶ୍ୟକ ତାପମାତ୍ରା ମଧ୍ୟରେ ରଖିବାକୁ ଶୀତ ଳଭଣ୍ଡାର ଗୁଡିକରେ ସ୍ଥାନ ଖାଲି ରଖାଯାଇଛି। କୋଭାକ୍ସିନ୍ ଟୀକା ରାଜ୍ୟକୁ ପହଞ୍ଚିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଜଣାଇ ନଥିବାରୁ ଟୀକା ପହଞ୍ଚିଲେ ବା ସୂଚନା ମିଳିଲେ ରାଜ୍ୟବାସୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ।

ସେପଟେ ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡିର  କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । ଏ ନେଇ ସାରା ଦେଶରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି । ତେବେ ମୋଟାମୋଟି ଭାବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.