ଆହ୍ବାନପୂର୍ଣ୍ଣ ରହିଲା ୨୦୨୦ : କରୋନାକୁ ଆୟତ କରିଛି ଭାରତ, ଡବ୍ଲ୍ୟୁଏଚଓ ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉଦବୋଧନ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୪୭ ତମ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଯୋଗ ଦେଇଛନ୍ତି | ଏହି ଅବସରରେ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ୨୦୨୦ ସାରା ବିଶ୍ବ ପାଇଁ ବେଶ ଚ୍ୟାଲେଞ୍ଜିଂ ରହିଥିଲା । ଜଳବାୟୁ ପରିବର୍ତ୍ତନ, ଗରିବୀ, ପ୍ରଦୂଷଣ ଏବଂ ଏବେ ମହାମାରୀ ଭଳି ଚ୍ୟାଲେଞ୍ଜକୁ ସାମ୍ନା କରିଛି ବିଶ୍ବ । ଏହି ସବୁ ମୁଦ୍ଦାକୁ ସଫଳତାର ସହ ସାମ୍ନା କରିବାକୁ ପ୍ରାୟ ସମସ୍ତଙ୍କ ସହଯୋଗର ଭାଗୀଦାରି ରହିଛି । ବର୍ତ୍ତମାନ ବିଶ୍ବର ଅନେକ​‌ ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଦେଖାଦେଇଛି । ଏହା ଛଡା ଅନେକ ଦେଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।

{"id":362739,"sizeSlug":"large"}

ସୂଚନା ମୁତାବକ ଦେଶରେ ସୋମବାର ୩୦ ହଜାର ୫୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶ​‌ରେ ମୋଟ ସଂକ୍ରମଣ ମାମଲା ୮୮ ଲକ୍ଷ ୪୫ ହଜାର ୧୨୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮୨ ଲକ୍ଷ ୪୯ ହଜାର ୫୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୭୦ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୩୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ବର୍ତ୍ତମାନ ୪ ଲକ୍ଷ ୬୫ ହଜାର ୪୭୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଭଲ ଖବର ହେଉଛି ଦେଶରେ ସୁସ୍ଥ ହାର ୯୩.୨୭ ପ୍ରତିଶତରେ ପହଞ୍ଚିଛି ।

{"id":362740,"width":583,"height":372,"sizeSlug":"large"}

ଏହା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ବୁଧବାର ଦିନ ବ୍ରିକ୍ସ୍ ଦେଶମାନଙ୍କ ସହିତ ହୋଇଥିବା ବୈଠକରେ ଭାରତରେ କରୋନା କିଭଳି ଭାବେ ଆୟତକୁ ଆସିଛି ସେ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଭାରତରେ ସମସ୍ତେ ଏକତ୍ରିତ ହୋଇ କରୋନା ମହାମାରୀ ବିରୁଦ୍ଧରେ ଲଢୁଛନ୍ତି । ମହାମାରୀ  ମୁକାବିଲାରେ ଲୋକଙ୍କ ଯେମିତି ସ୍ବାସ୍ଥ୍ୟ ସେବାରେ ବାଧା ନଆସେ ଏହାକୁ ଦୃଷ୍ଟିରେ ରଖି ସାର୍ବଭୌମିକ, ନ୍ୟାୟସଂଗତ ଏବଂ ସୁଲଭ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଯାଇଛି ।

ବ୍ରିକ୍ସ୍ ଦେଶମାନଙ୍କର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମୀଳନୀକୁ ସମ୍ବୋଧନ କରିବା ଅବସରରେ ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ ମହାମାରୀ ସହିତ ଲଢିବାକୁ ଭାରତର ଦୃଷ୍ଟିକୋଣ ପୂର୍ବନିର୍ଦ୍ଧାରିତ, ସକ୍ରିୟ ଏବଂ କ୍ଷଣୀବଦ୍ଧ ଥିଲା । ସେ କହିଛନ୍ତି ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ବିଶେଷ ଧ୍ୟ୍ୟାନ ଦିଆଯାଇଥିଲା । ସେମାନଙ୍କୁ ପୃଥକ ଭାବେ ରହିବା ବ୍ୟବସ୍ଥା​‌ କରିବା, ଲକଡାଉନ ଲାଗୁ କରିବା ଏବଂ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ପଡୁଥିବା ଚାପକୁ କମ କରିବା ଭଳି ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ତା ସହିତ ଦେଶର ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ ହେଲା । ଗୋଟେ ପଟେ କେନ୍ଦ୍ର ସରକାର ଏହି ସଙ୍କଟଜନକ ପରିସ୍ଥିତକୁ ସାମ୍ନା କରିବାକୁ ବିଭିନ୍ନ ପଦକ୍ଷେପ ନେଲେ ଅନ୍ୟପଟେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସହଯୋଗ ପ୍ରଦାନ କଲେ । ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସ୍ବାସ୍ଥ୍ୟ ସୁବିଧାକୁ ଆହୁରି ମଜଭୁତ କରିପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.