ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଘୋଷଣା-କୋଭିଡ୍ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ରିଜର୍ଭ ରହିବ ୫ଟି ଏମବିବିଏସ ସିଟ୍

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧ : ଦେଶରେ କରୋନା ମହାମାରୀ ସହ ଲଢ଼ୁଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି। ବ୍ୟାଚଲର୍ ଅଫ୍ ମେଡ଼ିସିନ୍ ଆଣ୍ଡ ବ୍ୟାଚଲର୍ ଅଫ୍ ସର୍ଜରୀ ଅର୍ଥାତ ଏମବିବିଏସ (MBBS )ରେ କୋଭିଡ୍ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ୫ ସିଟ୍ ରିଜର୍ଭ ରହିବ। ସରକାରୀ ସମାଚାର ସେବା ପ୍ରସାର ଭାରତୀ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କେଉଁମାନେ କୋଭିଡ ଯୋଦ୍ଧା ପରିସରଭୁକ୍ତ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି ଯେ ମେଡିକାଲ କଲେଜରେ ଏମବିବିଏସ୍ ସିଟରେ ୫ଟି ସିଟ୍ କୋଭିଡ୍ ଯୋଦ୍ଧାଙ୍କ ପୁଅଝିଅଙ୍କ ପାଇଁ ସଂରକ୍ଷିତ ରହିବ। କୋଭିଡ୍ ଯୋଦ୍ଧା କେଉଁମାନେ ତାହା ମଧ୍ୟ ସେ ଦର୍ଶାଇଛନ୍ତି। ଆଶା କର୍ମୀ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସ କୋଭିଡ୍ ଯୋଦ୍ଧା ବୋଲି ସେ କହିଛନ୍ତି। ଏମାନଙ୍କ ପୁଅଝିଅଙ୍କ ପାଇଁ ୫ଟି ସିଟ ସଂରକ୍ଷିତ ରହିବ। ମେରିଟ୍ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ।

{"id":364222,"sizeSlug":"large"}

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କେନ୍ଦ୍ରୀୟ ପୁଲ ଏମବିବିଏସ/ବିଡିଏସ ସିଟ ଅନୁସାରେ ୨୦୨୦-୨୧ ପାଇଁ ୱାର୍ଡ ଅଫ କୋଭିଡ ୱାରିୟର୍ସ ପ୍ରାର୍ଥୀ ଚୟନ ଓ ନାମାଙ୍କନ ପାଇଁ ନୂଆ ଶ୍ରେଣୀକୁ ମଞ୍ଜୁରୀ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ଏହା କୋଭିଡ ଯୋଦ୍ଧାଙ୍କ ପ୍ରତି ଆମର ପ୍ରତିବଦ୍ଧତା ଯେଉଁମାନେ ନିଃସ୍ୱାର୍ଥ ଭାବରେ ଦେଶ ସେବା କରିଛନ୍ତି।

ଶିକ୍ଷା ବର୍ଷ ୨୦୨୦-୨୧ ପାଇଁ ଏହି ଶ୍ରେଣୀ ପାଇଁ ୫ କେନ୍ଦ୍ରୀୟ ପୁଲ୍ ଏମବିବିଏସ ସିଟ୍ ସଂରକ୍ଷିତ କରାଯାଇଛି ବୋଲି କୁହାଯାଇଛି। FICCI ମହିଳା ସଂଗଠନର ଏକ କାର୍ଯ୍ୟକ୍ରମ ସମୟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, 'ଆପଣମାନେ ଏହି ମହାମାରୀ ସମୟରେ ସତର୍କ ରୁହନ୍ତୁ, ଭଲ କ୍ୱାଲିଟିର ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.