Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ନାଚିଲେ, ଲୋକଙ୍କୁ ବି ନଚାଇଲେ

27/01/2021 at 7:30 PM

ଝାରସୁଗୁଡା୨୭/୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନୂଆ ଅବତାର। ଗତକାଲି ଆଦିବାସୀଙ୍କ ବଡଦେଓ ପୂଜାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି। ଗେରୁଆ ରଙ୍ଗରେ ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତୀକ ଧରି ନା‌ଚୁଥିବାର ନଜର ଆସିଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଝାରସୁଗୁଡା ଲଇକେରା ଅଞ୍ଚଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନୂଆ ଅବତାର ଦେଖି ଲୋକଙ୍କ ଗହଳି ଲାଗିଥିଲା।

ଇଶ୍ବର ବିଶ୍ବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଆଦିବାସୀ ଉତ୍ସବରେ ସାମିଲ ହୋଇଥିଲେ। ଏବେ ନୁହେଁ, ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଆଦିବାସୀ ପର୍ବପର୍ବାଣୀରେ ନବ ଦାସ ଯୋଗ ଦେବାର ନଜୀର ମଧ୍ୟ ରହିଛି। ଏହି ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ନାଚିବା ସହ ଲୋକମାନଙ୍କୁ ମଧ୍ୟ ନଚାଇଥିଲେ। ​‌

ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକର ମଜୁରଢ଼ିପାଠାରେ ଗଣ୍ଡ ସମ୍ପ୍ରଦାୟର ଜଂଘଲିଙ୍ଗା ପୂଜା ଅବସରରେ ନିଜେ ବଡ଼ଦେଓ ଦେବତାଙ୍କ ଏକ ଓଜନିଆ କାଠକୁ ନିଜ କାନ୍ଧରେ ବୋହି ନାଚ କରିଥିଲେ। ସୂଚନାଯୋଗ୍ୟ ଗଣ୍ଡ ଜାତିର ଇଷ୍ଟ ଦେବତା ଜଂଘଲିଙ୍ଗା ବଡ଼ଦେଓଙ୍କୁ ପୂଜା କରାଯାଏ।

   Related Posts