Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଅକ୍ଟୋବର ୧ରୁ ବଦଳିଯିବ ସ୍ବାସ୍ଥ୍ୟ ବୀମା ପଲିସି, ପ୍ରଥମ ଥର ଲାଗି ମିଳିବ ଏହି ସୁବିଧା

29/09/2020 at 12:27 PM

ନୂଆଦିଲ୍ଲୀ ୨୯।୯: ଅକ୍ଟୋବର ୧ ତାରିଖ ପରଠାରୁ ବୀମାଧାରୀଙ୍କୁ ନୂଆ ଅଧିକାର ମିଳିବାକୁ ଯାଉଛି । ଯଦି ଆପଣ ଲଗାତର ୮ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ବୀମା ପଲିସିର ପ୍ରିମିୟମ ପୈଠ କରିଛନ୍ତି ତେବେ କମ୍ପାନୀ କୌଣସି ଆଧାରରେ ଆପଣଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ପାରିବନାହିଁ । ସ୍ବାସ୍ଥ୍ୟ କଭର ଅଧିକରୁ ଅଧିକ ରୋଗଗୁଡିକର ଚିକିତ୍ସା ପାଇଁ ଉପଲବ୍ଧ ହେବ । ଏହାର ପ୍ରଭାବ ପ୍ରିମିୟମର ହାରରେ ବୃଦ୍ଧି ଭାବେ ପଡିପାରେ ।

ଗୋଟିଏରୁ ଅଧିକ କମ୍ପାନୀର ପଲିସି ହେବା ଦ୍ବାରା ଗ୍ରାହକଙ୍କ ନିକଟରେ ଦାବି ଚୟନ କରିବାର ଅଧିକାର ରହିବ । ଗୋଟିଏ ପଲିସିର ସୀମା ପରେ ଆନ୍ୟ ଦାବି ଅନ୍ୟ କମ୍ପାନୀରୁ ମିଳିବା ସମ୍ଭବ ହୋଇପାରିବ । ରିହାତି ହୋଇଥିବା ଦାବିକୁ ଅନ୍ୟ କମ୍ପାନୀରୁ ନେବାର ଅଧିକାର ମଧ୍ୟ ଆପଣ ପାଇପାରିବେ । ୩୦ଦିନରେ ଏକ ଦାବି ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ଜରୁରୀ ଅଟେ । ଗୋଟିଏ କମ୍ପାନୀର ଉତ୍ପାଦରେ ସ୍ଥାନାନ୍ତରଣ କଲେ ପୁରୁଣା ଓ୍ବେଟିଂ ପିରିୟଡ୍ ଯୋଗ ହେବ । ଟେଲିମେଡିସିନ ଖର୍ଚ୍ଚ ମଧ୍ୟ ଏହି ଦାବିର ଅଂଶ ହେବ ।

ଚିକିତ୍ସା ପୂର୍ବରୁ ଏବଂ ପରେ ଟେଲିମେଡିସିନର ବ୍ୟବହାର ପଲିସିରେ ସାମିଲ ହେବ । ଓପିଡି କଭରେଜ୍ ଥିବା ପଲିସିରେ ଟେଲିମେଡିସିନର ସମ୍ପୂର୍ଣ୍ଣ ଖର୍ଚ୍ଚ ମିଳିବ । ଡାକ୍ତରଙ୍କଠାରୁ ଟେଲିମେଡିସିନ ବ୍ୟବହାର ପାଇଁ ପରାମର୍ଶ ନେଇ ପାରିବେ । କମ୍ପାନୀଗୁଡିକର ଅନୁମତି ନେବାକୁ ପଡିବ ନାହିଁ । ବାର୍ଷିକ ସୀମାର ନିୟମ ଲାଗୁ ହେବ ।

ରୋଗର କଭରେଜ୍ ସମୟସୀମା ବୃଦ୍ଧି ପାଇବ । ସମସ୍ତ କମ୍ପାନୀରେ କଭର ଛଡା ଅନ୍ୟ ସ୍ଥାୟୀ ରୋଗ ସମାନ ହେବ । କଭର ବ୍ୟତୀତ ସ୍ଥାୟୀ ରୋଗ ସଂଖ୍ୟା ୧୭କୁ ହ୍ରାସ ପାଇବ । ଯଦି କୌଣସି ପଲିସିରେ ଏକ୍ସକ୍ଲୁସନ ୧୦ ହୁଏ, ତେବେ ୧୭ ହେଲେ ପ୍ରିମିୟମ୍ ହ୍ରାସ ପାଇବ । ମାନସିକ, ବଂଶଗତ ରୋଗ, ନ୍ୟୁରୋ ସମ୍ବନ୍ଧୀୟ ରୋଗ ଭଳି ଗୁରୁତର ରୋଗର କଭର ମିଳିବ । ନ୍ୟୁରୋ ଡିସଅର୍ଡର, ଓରାଲ କେମୋ ଥେରାପି, ରୋବୋଟିକ୍ ସର୍ଜରୀ, ଷ୍ଟେମ୍ ସେଲ୍ ଥେରାପି ମଧ୍ୟ କଭର ସାମିଲ ହେବ ।

ପଲିସି ଜାରି ହେବାର ୩ମାସ ମଧ୍ୟରେ ଲକ୍ଷଣ ଦେଖାଯିବାକୁ ପୂର୍ବରୁ ଥିବା ରୋଗ ଭାବେ ଧରାଯିବ । ୮ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ପରେ ଦାବି ପ୍ରତ୍ୟାଖ୍ୟାନ କରାଯିବ ନାହିଁ । ୮ ବର୍ଷ ଶେଷ ହେବା ପରେ ପଲିସିକୁ ନେଇ କୌଣସି ପୁନର୍ବିଚାର ଲାଗୁ ହେବ ନାହିଁ । ୮ ବର୍ଷ ପାଇଁ ରିନ୍ୟୁଆଲ ପାଇଁ କୌଣସି ଭୁଲ ସୂଚନାର ବାହାନା ଚଳିବନାହିଁ ।

ଫାର୍ମାସି, ପ୍ରତିରୋପଣ ଏବଂ ଡାଇଗ୍ନୋସିସ୍ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଦାବିରେ ମିଳିବ । ଆସୋସିଏଟ୍ ମେଡିକାଲ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦାବି ପରିମାଣ ହ୍ରାସ ପାଇଥାଏ । ନିର୍ଦ୍ଧାରିତ ସୀମାରୁ ଅଧିକ ରୁମ୍ ପ୍ୟାକେଜ୍ ରେ ଆସୋସିଏଟ୍ ମେଡିକାଲ୍ ଖର୍ଚ୍ଚ ଉପରେ ଦାବି ହ୍ରାସ ପାଇଥାଏ । ଦାବିରେ ଆଇସିୟୁ ଚାର୍ଜର ଅନୁପାତରେ ମଧ୍ୟ କୌଣସି ହ୍ରାସ ହେବ ନାହିଁ ।

   Related Posts