ଥକ୍କା ଓ ଶ୍ବାସକ୍ରିୟାରେ ଅସୁବିଧା ହିଁ ପ୍ରାଇମେରି ମାଇଲୋଫାଇବ୍ରୋସିସ୍‌ର ପ୍ରାଥମିକ ଲକ୍ଷଣ ! ଜାଣନ୍ତୁ କାରଣ, ଉପଚାର

Published By : Prameya-News7 Bureau | October 31, 2020 IST

ଭୁବନେଶ୍ବର ୩୧/୧୦: ପ୍ରାଥମିକ ମାଇଲୋଫାଇବ୍ରୋସିସ୍‌ର ଦ୍ବାରା ବୋନ୍‌ ମ୍ୟାରୋରେ ସ୍କାର ଟିସ୍ୟୁ(ଫାଇବ୍ରୋସିସ୍‌)  ତିଆରି ହେବା ଆରମ୍ଭ ହୋଇଥାଏ। ବୋନ୍‌ ମ୍ୟାରୋ ଯାହାକି ହାଡ଼ ଭିତରେ ଥାଏ। ଯାହାକି ରକ୍ତ କୋଷ ପ୍ରସ୍ତୁତିରେ ସହାୟକ ହୋଇଥାଏ। ବୋନ୍‌ ମ୍ୟାରୋରେ ବିଶେଷ କରି ହେମାଟୋପୋଏଟିକ୍‌ ଷ୍ଟେମ୍‌ ସେଲ୍‌ ଥାଏ। ଏହି ସେଲ୍‌ ଉଭୟ ରେଡ୍‌ ଓ ହ୍ବାଇଟ୍‌ ରକ୍ତ କୋଷିକା ଦ୍ବାରା ତିଆରି ହୋଇଥାଏ।

କିନ୍ତୁ ଯେତେବେଳେ ଏଥିରେ ଫାଇବ୍ରୋସିସ୍‌ ତିଆରି ଆରମ୍ଭ ହୁଏ ସେତେବେଳ ହେମାଟୋପୋଏଟିକ୍‌ ଷ୍ଟେମ୍‌ ସେଲ୍‌ ଦ୍ବାରା ଅସାମାନ୍ୟ କୋଷିକା ତିଆରି ଆରମ୍ଭ ହୋଇଯାଏ। ଏହି ଅସାମାନ୍ୟ କୋଷ ବୋନ୍‌ ମ୍ୟାରୋରେ ଥିବା ସୁସ୍ଥ କୋଷଗୁଡ଼ିକୁ ହଟାଇ ଦେଇଥାନ୍ତି। ଏହା ଦ୍ବାରା ସମସ୍ତ ରକ୍ତ କୋଷ ବୋନ୍‌ ମ୍ୟାରୋରେ ପହଞ୍ଚିପାରେନାହିଁ। ଏହି ସମୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଦେଖିବାକୁ ମିଳିବ।

ମାଇଲୋଫାଇବ୍ରୋସିସ୍‌ର ଲକ୍ଷଣ
ମାଇଁ ଉପଚାର ଅନୁସାରେ ଏହାର ପ୍ରାଥମିକ ଲକ୍ଷଣ ଅତ୍ୟନ୍ତ ସାମାନ୍ୟ ହୋଇଥିବାରୁ ଲୋକେ ଏହାକୁ ଜାଣିପାରନ୍ତି ନାହିଁ। ଧିରେଧିରେ ଏହା ବଢ଼ିବାକୁ ଲାଗିଲେ ବିଭିନ୍ନ ଲକ୍ଷଣ ଦେଖାଯିବା  ଆରମ୍ଭ ହେବ। ଶ୍ବାସକ୍ରିୟା କରିବାରେ କଷ୍ଟ ହେବା, ଥକା ପଣ, ହାଡ଼ ବ୍ୟଥା, ଶୋଇବା ବେଳେ ଝାଳ ବାହାରିବା, ନାକରୁ ରକ୍ତ ପଡ଼ିବା, ଓଜନ କମ୍‌ ହୋଇଯିବା, ଭୋକ କମ୍‌ ଲାଗିବା ଆଦି ଲକ୍ଷଣ ଦେଖାଯିବ। ତେବେ ଏହି ସବୁ ଲକ୍ଷଣ ଦେଖାଗଲେ ଅଣଦେଖା ନକରି ତୁରନ୍ତ ଡାକ୍ତର ଦେଖାଇନେବା ଜରୁରୀ।

 ମାଇଲୋଫାଇବ୍ରୋସିସ୍‌ର କାରଣ
ଯଦିଓ ପ୍ରାଥମିକ ମାଇଲୋଫାଇବ୍ରୋସିସ୍‌ର କାରଣ ଜଣାପଡ଼ିନାହିଁ କିନ୍ତୁ ବିଶ୍ବାସ କରାଯାଏ ଜିନ୍‌ର ପରିବର୍ତ୍ତନ ଯୋଗୁଁ ହୋଇଥାଏ। ଏମପିଏଲ, ଜେଏକେ ୨, ଟିଇଟି ୨ ଓ ସିଏଲଆର ଜିନ୍‌ରେ ପରିବର୍ତ୍ତନ ଘଟିଲେ ପ୍ରାଥମିକ ମାଇଲୋଫାଇବ୍ରୋସିସ୍‌ ହୋଇଥାଏ ବୋଲି କୁହାଯାଉଛି। ତେବେ ଏହି ସବୁ ଜିନ୍‌ ବ୍ଲଡ୍‌ ସେଲ୍‌ ପ୍ରସ୍ତୁତିରେ ସହାୟକ ହୋଇଥାନ୍ତି। ଯଦି ଏଥି​‌ରେ କିଛି ପରିବର୍ତ୍ତନ ଘଟେ ତେବେ  ମାଇଲୋଫାଇବ୍ରୋସିସ୍‌ ହୋଇପାରେ। କିନ୍ତୁ ଏହା  ପ୍ରାୟ ଆନୁବଂଶିକ ବୋଲି ମଧ୍ୟ ବିଶ୍ବାସ କରାଯାଉଛି।

ମାଇଲୋଫାଇବ୍ରୋସିସ୍‌ର ଉପଚାର
ଯଦିଓ ପ୍ରାଥମିକ ମାଇଲୋଫାଇବ୍ରୋସିସ୍‌ର ପ୍ରକୃତ କାରଣ ଜଣାନାହିଁ କିନ୍ତୁ ଲକ୍ଷଣ ଅନୁସାରେ ଚିକିତ୍ସା ହେବା ଆବଶ୍ୟକ। ଏହାସହ ଏମିତି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବା ଆବଶ୍ୟକ। ଏହା ବ୍ୟତୀତ ଯଦି ଘରେ ଅନ୍ୟ କାହାର ଏଭଳି କିଛି ରୋଗ ରହିଛି ତେବେ ଆପଣ ତୁରନ୍ତ ଏହାକୁ ପରୀକ୍ଷା କରି ଚିକିତ୍ସିତ ହେବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.