Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ: ଅକ୍ସିଜେନ୍ ମାତ୍ରା ୯୪ରୁ ଖସିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ, ଏହି ସହଜ ଉପାୟରେ ବଢାଇ ପାରିବେ ଅମ୍ଳଜାନ ସ୍ତର

7/05/2021 at 5:21 PM

ଭୁବନେଶ୍ଵର ୦୭।୦୪: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ପ୍ରତିଦିନ ଲୋକଙ୍କୁ ସଚେତନ କରାଇବା ସହ କରୋନା ମୁକାବିଲା ସଂପର୍କିତ ଅନେକ ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ମଧ୍ୟ ବିଭାଗ ପକ୍ଷରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦିଆଯାଇଛି। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ  ବିଶେଷଜ୍ଞ ଅତି ମହତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି।

ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକତା ନଥାଏ।  ଅକ୍ସିଜେନ୍ ମାତ୍ରା ୯୪ ତଳକୁ ଖସିଲେ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିରେ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କିଛି ବ୍ୟାୟାମ ଦ୍ଵାରା ମଧ୍ୟ ଶରୀରରେ ଅକ୍ସିଜେନ୍ ମାତ୍ରା ପୁଣି ଆପଣ ବଢାଇ ପାରିବେ। ପେଟ ମାଡି ଶୋଇବା ବା ପେଟେଇ ଶୋଇବା ଦ୍ଵାରା ଅକ୍ସିଜେନ୍ ସ୍ତର ବୃଦ୍ଧି ପାଇଥାଏ।

ଡାକ୍ତର କହିଛନ୍ତି, ଅକ୍ସିଜେନ୍ ମାପିବା ପାଇଁ ଅକ୍ସିମିଟର ସଠିକ୍ ଭାବେ ଲଗାଇବା ଜରୁରୀ। ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଉଚିତ୍। ବୁଢା ଆଙ୍ଗୁଠିରେ ମଧ୍ୟ ଆପଣ ଲଗାଇ ପାରିବେ। ଏହା ବ୍ୟତୀତ ଅନୁଲୋମ ବିଲୋମ ଏବଂ ଜୋରରେ ନିଃଶ୍ଵାସ ନେଇ ଛାଡିବା ଦ୍ଵାରା ମଧ୍ୟ ଉପକାର ମିଲିଥାଏ  ବୋଲି ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି।

ସୂନଚାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ ସଂପ୍ରତି ଦୈନିକ ୧୦ ହଜାରରୁ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହି ପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ୧୪ ଦିନିଆ ଲକ୍‌ଡାଉନ୍‌ ସହ ଟିକାକରଣ ଅଭିଯାନ ଉପରେ ଜୋର ଦିଆଯାଉଛି।

   Related Posts