ଟିକା ନେଲେ ୧୦ବର୍ଷ ଯାଏଁ ହେବନି ସଂକ୍ରମଣ : ସ୍ବାସ୍ଥ୍ୟ ବିଶେଷଜ୍ଞ

Published By : Prameya-News7 Bureau | June 01, 2021 IST

ଭୁବନେଶ୍ବର ୧।୬: ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ ପାଠୁଆ ନିୟମ ମାନୁନଥିବା ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି । ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର । ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଖୁବ୍ ଶୀଘ୍ର ସଂକ୍ରମିତ ଚିହ୍ନଟ ପାଇଁ ଆଣ୍ଟିଜେନ ଉପରେ ଗୁରୁତ୍ବ ଦିଆଯାଉଛି ।

ସେପଟେ ଟିକାକରଣକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରିସର୍ଚ୍ଚ କହୁଛି କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏଁ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ । ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନି ସିଷ୍ଟମ ଉପରେ ରିସର୍ଚ୍ଚ କରାଯାଉଛି । ବର୍ତ୍ତମାନ ଯାଏଁ ଦେଶର କେତେ ସ୍ଥାନରେ ଭୁଲ ବଶତଃ ଏଭଳି ହୋଇଛି । ମାତ୍ର ତାର କୌଣସି ପ୍ରତିକ୍ରିୟା ଦେଖାଦେଇନାହିଁ । ଆମେରିକାର କେତେକ ଔଷଧ କମ୍ପାନୀ ଜୋରଦାର ଉଦ୍ୟମ କରୁଛନ୍ତି । ଫଳରେ ୨-୩ ମାସ ମଧ୍ୟରେ ଔଷଧ ବାହାରିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.