Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କ୍ବାରେଣ୍ଟାଇନ୍ ଅବଧି ବୃଦ୍ଧି ଲାଗି ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀନାଥ ରେଡ୍ଡୀ

7/05/2020 at 2:36 PM

ଭୁବନେଶ୍ବର ୭।୫ : ଆବଶ୍ୟକ ହେଲେ ବଢାଯିବ କ୍ବାରେଣ୍ଟାଇନ୍ ସମୟସୀମା । ଏଭଳି ପରାମର୍ଶ ଦେଇଛନ୍ତି ଜାତୀୟ ସ୍ତରୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ ମୁକାବିଲା ପାଇଁ ଗଠିତ କମିଟିର ସଭ୍ୟ ଶ୍ରୀନାଥ ରେଡ୍ଡୀ । କରୋନା ମୁକାବିଲା ନେଇ ଗୁରୁବାର ଶ୍ରୀନାଥ ରେଡ୍ଡୀ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ।

ଏଥର ସେ କ୍ବାରେଣ୍ଟାଇନ୍ ସମୟସୀମା ବୃଦ୍ଧି କରିବାକୁ ଅଧିକ ଫୋକସ୍ ଦେଇଛନ୍ତି । ଆବଶ୍ୟକ ପଡିଲେ ୧୪ଦିନରୁ ୨୧ଦିନ ପର୍ଯ୍ୟନ୍ତ ପୃଥକବାସରେ ରହିବାକୁ ଗୁରୁତ୍ବ ଦେଇଛନ୍ତି ।  ପୃଥକବାସ ସମୟ ବଢାଯାଇ ପାରେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ପ୍ରଦାନ କରିଛନ୍ତି ।

ଓଡିଶା ଯେଉଁଭଳି ଭାବରେ କରୋନା ମୁକାବିଲା କରୁଛି ତାହା ପ୍ରଶଂସନୀୟ ବୋଲି ଶ୍ରୀନାଥ ରେଡ୍ଡୀ କହିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ବହୁତ ଭଲ କାମ କରିଛନ୍ତି । ତେବେ ମାସ୍କ ବ୍ୟବହାର ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଶ୍ରୀନାଥ ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ତ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା । ଶ୍ରୀନାଥଙ୍କଠାରୁ କରୋନା ସମ୍ପର୍କିତ ସମସ୍ତ ସୂଚନା ପାଇଥିଲେ ଅଧିକାରୀ ।

   Related Posts