କଡ଼ାକଡି କରିବାକୁ ପଡ଼ିବ ସର୍ଭିଲାନ୍ସ, ସ୍କୁଲକୁ ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | September 07, 2021 IST

ଭୁବନେଶ୍ବର ୭।୯: ସ୍କୁଲରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ଆଶଙ୍କା ଥିଲା, ଏବେ ବଢୁଛି । ସେଥିରୁ ଦେଖିବାକୁ ପଡିବ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହୋଇଛନ୍ତି।  ଅଲଗା ବାଟ କିଛି ନାହିଁ କେବଳ ସର୍ଭିଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ୍ କଟକଣା ଢିଲା ହୋଇଛି ତାକୁ ଦେଖିବାକୁ ପଡ଼ିବ। ସ୍କୁଲକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଯଦି କାହା ପାଖରେ ଲକ୍ଷଣ ରହୁଛି ସେମାନେ ସ୍କୁଲ ନ ଆସନ୍ତୁ।

ଆଇସିୟୁରେ ୦.୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ହସ୍ପିଟାଲାଇଜେସନ୍ ରେଟରୁ ଜଣାପଡ଼ୁଛି ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ। ଆର୍ ଭାଲ୍ୟୁ ଭୁବନେଶ୍ବର କଟକରେ ୧ ଅଛି। ଉପକୂଳରେ ୦.୯ ଅଛି। ଆମର ଆଡ଼ମିଶନ କମ୍, ଭେଣ୍ଟିଲେଟର କମ୍, ସିଭିଆରିଟି କମ୍ ଅଛି । ତେଣୁ ଆମେ କଟକଣା ମାନିବାବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.