Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ରାଜ୍ୟରେ ପଡିନପାରେ ତୃତୀୟ ଲହରର ପ୍ରଭାବ’, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କଥା ଦେଲା ଆଶ୍ୱସ୍ତି

27/09/2021 at 12:35 PM

ଭୁବନେଶ୍ବର ୨୭।୯: ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ସେମିତି ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି ସେ କହିଛନ୍ତି ।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ଆମେ ଭଲ ସ୍ଥିତିରେ ରହିଛେ । ସେରୋ ସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି । ସ୍ବାସ୍ଥ୍ୟ ସେବାକାରୀଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବପୀଢୀ, ବୟସ୍କ ଏବଂ ଶିଶୁମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି ।

ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି । ଏହା ଦ୍ବାରା ଆମେ ଜାଣି ପରିଲୁ ଯେ, ଆମ ସମସ୍ତଙ୍କ ଶରୀରରେ ଆଣ୍ଟିବଡ଼ି ହେଲାଣି । ଟାକାକରଣ ଡ୍ରାଇଭ କାମ କରୁଛି ଓ କୋଭିସିଲ୍ଡ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି ।

ଏହା ବାଦ୍ ଗ୍ରାମାଞ୍ଚଳରେ ବି ଭଲ ଆଣ୍ଟିବଡି ଡେଭଲପ୍ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲ ଲେବଲରେ ରହିଛି । ମାତ୍ର ଏହାପରେ ଆମେ ଖାମଖିଆଲ ହେବାନି । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା ।

ରାଜ୍ୟରେ ଅଣ ସଂକ୍ରମଣ ରୋଗ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ସେମିତି କିଛି ଅଣ ସଂକ୍ରମଣ ରୋଗ ବଢିନାହିଁ ।

   Related Posts