ଭାଇରସ୍‌ର ପ୍ରକୃତି ଚରିତ୍ର ବଦଳାଇବା, କୋଭିଡ୍ କେଉଁଭଳି ବ୍ୟବହାର କରିବ ତାହା ମ୍ୟୁଟେସନ୍ ଉପରେ ନିର୍ଭର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | January 21, 2022 IST

ଭୁବନେଶ୍ବର ୨୧।୧: କରୋନା ଭାଇରସ୍ ଭାରିଆଣ୍ଟ ବଦଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । ଏ ନେଇ ଗବେଷଣା ଜାରି ରହିଛି । କୋଭିଡ୍ କେଉଁଭଳି ବ୍ୟବହାର କରିବ ମ୍ୟୁଟେସନ ଉପରେ ନିର୍ଭର କରୁଛି । ହୁଏତ ପୁଣି ରୂପ ବଦଳାଇ ପାରେ । ଅଧିକ ବିପଜ୍ଜନକ ହୋଇପାରେ ବା ସ୍ବଳ୍ପ ପ୍ରଭାବ ଯୁକ୍ତ ହୋଇପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.