ଅମାନିଆଙ୍କ ପାଇଁ ତଳମୁହାଁ ହେଉନି ସଂକ୍ରମଣ : ବସିବ ହାଇକମିଟି ବୈଠକ, ୩୦ ପରେ କ'ଣ ହେବ ନିଆଯିବ ନିଷ୍ପତ୍ତି

Published By : Prameya-News7 Bureau | June 26, 2021 IST

ଭୁବନେଶ୍ବର ।୬: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ସର୍ଭିଲାନ୍ସଠୁ ନେଇ ଟିକାକରଣକୁ ତ୍ବରାନ୍ବିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ । ଲୋକ କ୍ଷୀର ନେବା ପାଇଁ ଯାଇ ବାହାରେ ଖଟି କରୁଥିବା ଦେଖିବାକୁ ମିଳୁଛି । ଲୋକଙ୍କ ବ୍ୟବହାର ପାଇଁ ସଂକ୍ରମଣ ବଢୁଛି ।

ଭୁବନେଶ୍ବରରେ ସଂକ୍ରମଣ ବଢିବା ପାଇଁ ବିଭିନ୍ନ କାରଣ ରହିଛି । ଲୋକମାନଙ୍କ ନିୟମ ନ ମାନିବା, ବାହାରକୁ ଅଧିକ ସଂଖ୍ୟକ ଲୋକ ଏକ ସାଙ୍ଗରେ ବାହାରକୁ ବାହାରିବା, ଭାଇରସ୍ ଯାଇନଥିବା ବେଳେ ଆମେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେଉଛୁ । ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ବି ଭୁବନେଶ୍ବରରେ ସଂକ୍ରମଣ ବଢିବାର କାରଣ ସାଜିଛି । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଡେ ଟୁ ଡେ ଡାଟାକୁ ବିଶ୍ଳେଷଣ କରାଯାଉଛି । ହାଇକମିଟି ବୈଠକ ବସି ୩୦ ତାରିଖ ପରେ କ’ଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।`

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.