Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନିୟମ ମାନି କମ୍ ସମୟ ବାଣ ଫୁଟାଇବା, ପ୍ରଦୂଷଣ କମ୍ କରିବାକୁ ଚେତାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

2/11/2021 at 12:41 PM

ଭୁବନେଶ୍ବର ୨।୧୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି, ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ ଆମର ମୂଳ ଲକ୍ଷ୍ୟ ହେବା ଦରକାର ।  ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହାଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ବାରା କେବଳ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖି ଆଲର୍ଜି, ଥୋର୍ଟ ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହା ବ୍ୟତୀତ ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବନି । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

   Related Posts