ସ୍ବାସ୍ଥ୍ୟକର୍ମୀଙ୍କ ନୂଆ ତାଲିକା ଦେବାକୁ ଚିଠି, ସପ୍ତାହେ ମଧ୍ୟରେ ପୋର୍ଟାଲରେ ନାଁ ଅପଲୋଡ୍ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | December 31, 2020 IST

ଭୁବନେଶ୍ବର ୩୧।୧୨: ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର । ଟୀକାକରଣ ପାଇଁ ପୁଣି ଥରେ କେନ୍ଦ୍ର ସରକାର ତଥ୍ୟ ମାଗିଛନ୍ତି । ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟୀକାକରଣରୁ ବାଦ୍ ନ ପଡନ୍ତି ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ଏଥିପାଇଁ ପୁଣି ଥରେ କ୍ଷେତ୍ର ଅଞ୍ଚଳ ପରିଦର୍ଶନ କରିବାକୁ ସ୍ବାସ୍ଥ୍ୟ ସଚିବ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି । ବାଦ୍ ପଡିଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ତାଲିକା ୭ ଦିନ ଭିତରେ ପୋର୍ଟାଲରେ ନାଁ ଅପଲୋଡ୍ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୩୨୬୫୪୪ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ।

{"id":384991,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.