Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସାରା ରାଜ୍ୟରେ ମାତିଛନ୍ତି ନକଲି ଡାକ୍ତର, ସ୍ବତନ୍ତ୍ର ସ୍କାର୍ଡ ଜରିଆରେ ଧରିବ ସ୍ବାସ୍ଥ୍ୟ ବିଭାଗ

15/11/2019 at 9:10 PM

ଭୁବନେଶ୍ବର୧୫|୧୧: ରାଜ୍ୟରେ ଅନେକ ସ୍ଥାନରେ ନକଲି ଡାକ୍ତର ସକ୍ରିୟ ଅଛନ୍ତି ।  ସୁନ୍ଦରଗଡ଼ରେ ପଦ୍ମନାଭ ମୁଖୀ କାରୁଆଙ୍କୁ ଗିରଫ କରାଯିବା ପରେ ଏବେ ନକଲି ଡାକ୍ତରଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ତନାଘନା।  ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିବ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଧରାପଡିବେ, ସେମାନେ କଠୋର ଦଣ୍ଡ ପାଇବେ।

ରାଜ୍ୟରେ ଆହୁରି ବି ଅଛନ୍ତି ପଦ୍ମନାଭ ମୁଖୀ କାରୁଆ । ଏମିତି କାର୍ପଟଦାର କିଏ ବିନା ଡାକ୍ତରୀ ଡିଗ୍ରୀରେ, ତ ପୁଣି କିଏ ନକଲି ସାର୍ଟିଫିକେଟରେ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି । ମଣିଷକୁ ଗାଈଗୋରୁ ମେଡସିନ୍ ଦେଉଥିବା ପଦ୍ମନାଭ ମୁଖୀ କାରୁଆଙ୍କ ଭଳି ଅନେକ ଡାକ୍ତର ଥିବା ସନ୍ଦେହ ଦୃଢ଼ୀଭୁତ ହେଉଛି।

ସୁନ୍ଦରଗଡ଼ ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ୪୦ ମାସ ଧରି ଚିକିତ୍ସା କରିବା ପରେ ଧରାପଡ଼ିଥିଲେ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆ । ନବରଙ୍ଗପୁର ଉମରକୋଟ ଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ମଣ୍ଡଳ। ପ୍ରଦୀପ ମଣ୍ଡଳ ବି ଗାଁରେ ଡାକ୍ତର ପାଲଟିଛନ୍ତି । ସ୍କୁଲରେ ପାଠପଢ଼ାଇବା ଛାଡ଼ି ମାତିଛନ୍ତି ରୋଗୀଙ୍କୁ ଔଷଧ ଦେବାରେ ।… 

ଯେଉଁ ଅଞ୍ଚଳରେ ଯେତେ ଅସଲି ଡାକ୍ତରଙ୍କ  ଅଭାବ, ସେଠି ଏଭଳି ନକଲିଙ୍କ ପ୍ରାଦୁର୍ଭାବ ସେତେ ଅଧିକ। ରୋଗୀଙ୍କୁ ଭୂଆଁ ବୁଲେଇ ମୁଠା ମୁଠା ଅର୍ଥ ରୋଜଗାର କରୁଛନ୍ତି ଏହି ନକଲି ଡାକ୍ତର । ଏମାନଙ୍କ ଭୁଲ ଯୋଗୁଁ ବିଭିନ୍ନ ଅଞ୍ଚଳରେ ରୋଗୀଙ୍କ ଜୀବନ ଯାଉଛି ।

 ଏ ସମସ୍ୟା ଉପାନ୍ତ ଅଞ୍ଚଳରେ ସର୍ବାଧିକ। ସେପଟେ ବିଳମ୍ବରେ ହେଉ ପଛେ, ନକଲି ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟବ୍ୟାପୀ ନକଲି ଡାକ୍ତରଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯିବ ।

ଯେଉଁମାନେ ଧରା ପଡ଼ିବେ ସେମାନଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।…

କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ । ଆଉ ଅଳ୍ପ ବିଦ୍ୟାରେ ଯଦି କିଏ ଲୋକଙ୍କ ଜୀବନ ସାଙ୍ଗେ ଖେଳୁଛି, ସେମାନେ ଉଦ୍ଦେଶ୍ୟମୂଳକ ଅପରାଧୀ। ଏମାନଙ୍କୁ କଠୋର ଶାସ୍ତି ଦରକାର ।

   Related Posts