ସମ୍ଭାବ୍ୟ ବନ୍ୟା ସ୍ଥିତି : ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ, ପରିସ୍ଥିତି ଉପରେ କଡ଼ା ନଜର ରଖ..

Published By : Prameya-News7 Bureau | September 14, 2021 IST

ଭୁବନେଶ୍ୱର ୧୪।୦୯: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି । ସେଠି ସର୍ଭିଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡ଼ିସିନ ମହଜୁଦ ରଖନ୍ତୁ । ଯଦି କେଉଁଠି ଝାଡା ବାନ୍ତି ବ୍ୟାପୁଛି ସେନେଇ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।  

ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ଦିନ ହେଲା ଲଘୁଚାପ ଚାପ ଜନିତ ବର୍ଷା ଜାରି ରହିଛି । ଯାହାଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ଜମିଛି । ତେଣୁ ଯେଉଁ ସ୍ଥାନରେ ପାଣି ପଶିଛି, ସେଠାରେ ଅନେକ ପ୍ରକାରର ରୋଗ ବଢିବାରେ ଆଶଙ୍କା ରହିଛି । ତେଣୁ ଏହାପୂର୍ବରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି ସେଠି ସର୍ଭିଲାନ୍ସ ବଢ଼ାନ୍ତୁ । ମେଡ଼ିସିନ ମହଜୁଦ ରଖନ୍ତୁ ।ଏପିରିକି ଯଦି କେଉଁଠି ଝାଡା ବାନ୍ତି ବ୍ୟାପୁଛି ସେ ନେଇ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.