ସଂକ୍ରମଣ କମିଛି, ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ : ସମସ୍ତେ କଟକଣା ମାନନ୍ତୁ- ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | September 14, 2021 IST

ଭୁବନେଶ୍ୱର ୧୪।୦୯: ରାଜ୍ୟରେ ପାର୍ବଣ ସମୟରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ମିଳିତ ଭାବେ ପ୍ରେସମିଟ୍‌ ହୋଇଛି । ଏହି ପ୍ରେସମିଟ୍‌ରେ ବିଭିନ୍ନ ପ୍ରସଙ୍ଗରେ ସବିଶେଷ ତଥ୍ୟ ଦିଆଯାଉଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ ନାହିଁ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ । ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ ।

ସେହିପରି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତ୍ତି ଉଚ୍ଚତା ହେଲେ ଅନ୍ୟ ଅନ୍ୟାନ୍ୟ ଜିନିଷ ବି ବଢ଼ିବ । ମହାରାଷ୍ଟ୍ରରେ ମଧ୍ୟ ଗଣେଷ ପୂଜାରେ ତାହାର ମୂର୍ତ୍ତି ଉଚ୍ଚତା କମାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.