କଫ୍ ସିରଫ୍ ରାକେଟ୍‌କୁ ଚେକ୍ , ଗିରଫ ହେଲେଣି ୧୭: ଉପୁଡିବ ଛତିଶଗଡ଼କୁ ଲମ୍ବିଥିବା ଚେର

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୦୧: ଷ୍ଟିଙ୍ଗ ଅପରେସନ୍ '‘ସିରପ ସ୍ଲୋ ପଏଜନକୁ ନେଇ ଆକ୍ସନ। ପଶ୍ଚିମ ଓଡ଼ିଶାରେ ବେଆଇନ ଭାବେ କଫ୍  ସିରଫ କାରବାର ମାମଲାର ଖବର ନ୍ୟୁଜ 7 ରେ ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ। ପଦକ୍ଷେପ ନେବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ସେପଟେ କଫ୍‌ ସିରପ୍‌ କାରବାରର ମାଷ୍ଟର ମାଇଣ୍ଡ ସାନ ନେଗୀ ଗିରଫ ହେବାପରେ ତାର ୨ ଜଣ ସହଯୋଗୀଙ୍କୁ ଧରିଛି ବଲାଙ୍ଗିର ପୋଲିସ । ସେପଟେ ସମ୍ବଲପୁରରୁ ଅନ୍ୟ ୨ଜଣ ଧରାପଡିଛନ୍ତି ।

{"id":209523,"sizeSlug":"large"}

ପଶ୍ଚିମ ଓଡ଼ିଶାରେ କଫ ସିରପର ଚେର ଓପାଡ଼ିବାରେ ଲାଗିଛି ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ। ଲୋକଙ୍କ ମୁହଁରେ ଏଭଳି ନିଶା ଦେଇ ମାଲାମାଲ ହେଉଥିବା କାର୍ପଟଦାରଙ୍କୁ ଚେର କେଉଁଯାଏଁ ଯାଇଛି ତାର ମୂଳ ହିଁ ଓପଡ଼ାଯିବ। ନ୍ୟୁଜ୍ 7ର ଷ୍ଟିଙ୍ଗ୍‌ ଅପରେସନ୍‌ ସିରପ୍ ସ୍ଲୋ ପଏଜନ୍‌କୁ ପରେ ଏବେ ଆକ୍ସନକୁ ଜୋରଦାର କରିଛି ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସ।  ଓଡ଼ିଶା-ଛତିଶଗଡ଼ ସୀମାରେ ଚାଲିଥିବା କାରବାର ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।  ବିଭିନ୍ନ ସ୍ଥାନରେ ଚଢ଼ାଉ, ଚେକିଂ ସହିତ ମନିଟରିଂ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।

{"id":209524,"sizeSlug":"large"}

ପୁରା ପଶ୍ଚିମ ଓଡ଼ିଶାରେ କଫ୍‌ ସିରପ୍‌ ନିଶାର କାୟା ମେଲିଛି। , ନ୍ୟୁଜ ସେଭେନ ତାର ଷ୍ଟିଙ୍ଗ ଅପରେସନରେ ବିଭିନ୍ନ ଜିଲ୍ଲାର ଚିତ୍ର ଦେଖାଇଥିଲା। ଏବେ ଧରାପଡ଼ିଛି କିଙ୍ଗପିନ୍‌ ସାନ ଓରଫ ଗୋବିନ୍ଦ ନେଗୀ। ନାଁ ସିନା ସାନ କିନ୍ତୁ ନେଟୱର୍କ ଖୁବ ଲମ୍ବା।  ସାନ ନେଗୀକୁ କାରବାରରେ ସହଯୋଗ କରୁଥିବା ଦୁଇଜଣଙ୍କୁ ପୋଲିସ କାବୁ କରିଛି।  ଏମାନେ ହେଲେ ବଲାଙ୍ଗିରର ଅଜିତ ନନ୍ଦ ଓ ଭୁବନେଶ୍ବର କୋଳଥିଆ ଅଞ୍ଚଳର ଫାରୁକ ଖାଁ।  ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।  ସାନ ନେଗୀ ଠାରୁ ପୋଲିସ ଭୁବନେଶ୍ବର ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ଲାଲ୍‌ ରଙ୍ଗର ଇନୋଭା କାର୍ ସହିତ ୪ଟି ମୋବାଇଲ୍‌ ଓ ନଗଦ ୫୫ ହଜାର ୨୦୦ ଟଙ୍କା ଜବତ କରିଛି ବଲାଙ୍ଗିର ପୋଲିସ ।  …

{"id":209525,"sizeSlug":"large"}

ଦୁଇଦିନ ତଳେ ଭୁବନେଶ୍ବରରୁ ସାନ ନେଗୀ ସହିତ ତାର ୨ ଜଣ ସହଯୋଗୀଙ୍କୁ ଉଠାଇଥିଲା ପୋଲିସ । ଘନ ଘନ ଜେରା ପରେ ଶୁକ୍ରବାର ଗିରଫ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ବଲାଙ୍ଗିରରେ କଫ୍ ସିରପ୍‌ର କୁଜି କାରବାର କରୁକରୁ ନିଶା କାରବାରର କିଙ୍ଗପିନ ପାଲଟି ଯାଇଥିଲା ସାନ ନେଗୀ । ତାର ଅପରେସନରେ ନଜର ଥିଲା ସହର ତଳି କିମ୍ବା ଗାଁ ଗହଳି। ଭୁବନେଶ୍ବରରୁ ହିଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ସେ କଫ୍ ସିରପ୍ ବେଆଇନ୍ ସପ୍ଲାଇ କରୁଥିଲା ।

{"id":209526,"sizeSlug":"large"}

ବେଆଇନ କଫ୍‌ ସିରପ୍‌ କାରବାରରେ ଏ ପର୍ଯ୍ୟନ୍ତ ୧୭ ଜଣ ଗିରଫ ହୋଇସାରିଲେଣି । ପୂରା ପଶ୍ଚିମ ଓଡ଼ିଶାର ନେଟୱର୍କର ଚେର କେଉଁଠି ପୋଲିସ ତାହା ବି ଜାଣି ସାରିଲାଣି ଅସଲ ମାଷ୍ଟରମାଇଣ୍ଡର ଚେହେରା ଖୁବଶୀଘ୍ର ସାମ୍ନାକୁ ଆସିବ।

{"id":209527,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.