Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ମୁକାବିଲା ଓ ପରିଚାଳନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ବିଧାୟକ

29/07/2020 at 2:24 PM

ଭୁବନେଶ୍ବର ୨୯।୭: କରୋନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ସବୁ ବିଧାୟକମାନଙ୍କୁ ନେଇ ହେବ ବୈଠକ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି ‘କୋଭିଡ୍-୧୯’ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବେ।

ଆଜି ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ବୈଠକରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସମ୍ମାନରେ ଏକ ମିନିଟ୍ ନୀରବ ପ୍ରାର୍ଥନା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାଗତ ଭାଷଣ, ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବ ସୂଚନା ଦେବେ । ଏହାପରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ନିଜର ମତ ରଖିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ସମ୍ବୋଧିତ କରିବେ ।  ପ୍ରଥମ ଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ସବୁ ଦଳର ବିଧାୟକମାନେ ଯୋଗ ଦେବାକୁ କୁହାଯାଇଛି ।

   Related Posts