COVID-19 ନିୟମାବଳୀ ଉଲଂଘନ : କର କ୍ଲିନିକ୍ ନଯିବାକୁ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର ୨୭।୩: COVID-19 ସତର୍କତା ଏବଂ ଚିକିତ୍ସା ନିୟମାବଳୀ ଉଲଂଘନ କରି ଅସୁବିଧାରେ ପଡିଲା ଭୁବନେଶ୍ବର ସ୍ଥିତ କର କ୍ଲିନିକ୍ । ସମସ୍ତ ରୋଗୀଙ୍କୁ ବିଭିନ୍ନ ଚିକିତ୍ସା ପାଇଁ (ଆଉଟଡୋର୍ ଏବଂ ଇନ୍ ଡୋର୍) ନଯିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବାସ୍ଯ୍ୟ ବିଭାଗ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ କି ସୂଚନା ଦିଆଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ବାରମ୍ବାର ପରାମର୍ଶ ସତ୍ତ୍ବେ କେତେକ ଘରୋଇ ଚିକିତ୍ସାଳୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ COVID-19ର ନିୟମାବଳୀକୁ ପାଳନ କରୁନାହାନ୍ତି | ଫ୍ଲୁ ଭଳି ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା କରୁଥିବାର ଦେଖାଯାଉଛି । ଫଳରେ ସରକାର ସେମାନଙ୍କୁ ଏହି ନିୟମାବଳୀ ଅନୁସରଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏଥି ମଧ୍ୟରେ  ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ତୃତୀୟ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ଏବଂ ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ଜଣାପଡିଛି । ଗତକାଲି ୨୫ଟି ନମୁନା ପରୀକ୍ଷା ହୋଇଥିବାବେଳେ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅନୁସନ୍ଧାନ ଚଳାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ଏହି କରୋନା ଆକ୍ରାନ୍ତ ଜଣଙ୍କ ପ୍ରଥମେ ଚିକିତ୍ସା ପାଇଁ ଭୁବନେଶ୍ବରର ସ୍ଥିତ କର କ୍ଲିନିକ୍‌ ରେ ଭର୍ତ୍ତି ହୋଇଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ସାଧାରଣ ଲୋକଙ୍କୁ ଏବେ କର କ୍ଲିନିକ୍‌ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ ଯୋଗେ ଜଣାଇଛନ୍ତି ।

wp:html /wp:html

ତେବେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେତେଜଣ ବ୍ୟକ୍ତି ଆସିଛନ୍ତି ତାହାର ଯାଞ୍ଚ ଜାରି ରଖାଯାଇଛି । ସେମାନଙ୍କୁ ଖୋଜା ଚାଲିଛି । ଖୁବ୍ ଶୀଘ୍ର ସେମାନଙ୍କୁ କ୍ବାରେଣ୍ଟାଇନ୍ ରେ ରହିବା ଲାଗି ପରାମର୍ଶ ଦିଆଯିବ । ଏହା ବ୍ୟତୀତ କର କ୍ଲିନିକ୍‌ରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ସଂପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଯେଉଁ ଡାକ୍ତର ଓ ନର୍ସ ଚିକିତ୍ସା କରିଥିଲେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ରେ ରହିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

wp:html /wp:html

ସଂପୃକ୍ତ ସଂକ୍ରମିତଙ୍କ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୦ତାରିଖରେ ଦିଲ୍ଲୀରୁ ଆସିଥିଲେ । ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ଓପିଡିରେ ସେ ଡାକ୍ତରଙ୍କଠାରୁ ପରାମର୍ଶ ନେଇଥିଲେ । ତେବେ ତାଙ୍କୁ ମାର୍ଚ୍ଚ ୨୩ ତାରିଖରେ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେ ସେଠାରେ ଆଇସିୟୁରେ ରହିଥିଲେ ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ମଧ୍ୟ ଭୁବନେଶ୍ବରର । ଜଣେ ଇଟାଲୀରୁ ଓ ଅନ୍ୟ ଜଣେ ବ୍ରିଟେନରୁ ଫେରିଥିଲେ । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.