ସୁଖୋଇ-୩୦ ଇଞ୍ଜିନ ପରୀକ୍ଷା ବେଳେ ଅଗ୍ନିକାଣ୍ଡ ଘଟଣା : ନିଆଁ ଝାସରେ ଆହତ ଥିବା ୩ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

Published By : Prameya-News7 Bureau | November 26, 2019 IST

ଜୟପୁର ୨୬।୧୧: ସୁନାବେଡ଼ା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ଼ (ହାଲ୍‌)ର ସୁଖୋଇ-୩୦ ଡିଭିଜନରେ ସୋମବାର ଇଞ୍ଜିନ୍‌ ପରୀକ୍ଷା ବେଳେ ଅଗ୍ନିକାଣ୍ଡ ଘଟଣା । ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ତିନିଜଣ ଅଗ୍ନିଶମ ଠିକା କର୍ମଚାରୀ ପୋଡ଼ିହୋଇ ଗୁରୁତର ଆହତ ହୋଇଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆହତ କର୍ମଚାରୀ  କାକିଗାଁର ଏସ୍‌. କଣ୍ଟା, ଗଞ୍ଜାମ କଲୋନିର ସନ୍ତୋଷ ଖଣ୍ଡୁଆଳ ଏବଂ ଡିପି କ୍ୟାମ୍ପର ଅଜିତ ଦାସ ।

{"id":189960,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁଖୋଇରେ ଇଞ୍ଜିନ ପରୀକ୍ଷା ବେଳେ ଏହା ଆଗପଛ ହେବାଦ୍ୱାରା ବଏଲିଂ ହୋଇ ଅଗ୍ନି ନିର୍ଗତ ହୋଇଥାଏ । ପରୀକ୍ଷା ବେଳେ ଅଧିକ ଅଗ୍ନି ନିର୍ଗମ ହୋଇଥିଲା । ଫଳରେ ନିୟୋଜିତ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ପହଞ୍ଚିଥିଲେ । ନିଆଁ ଝାସରେ କର୍ମଚାରୀମାନେ ପୋଡ଼ିଯାଇ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ ସୁନାବେଡ଼ା ହାଲ୍‌ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।  ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତର ସଂଜୟ ମହାପାତ୍ର କହିଛନ୍ତି। ତଥାପି ଅଧିକ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ସମୟରେ ଡାକ୍ତର ଶ୍ରୀ ମହାପାତ୍ର, ଡାକ୍ତର ପାର୍ଥସାରଥୀ ସେଠୀ ଏବଂ ଆହତ କର୍ମଚାରୀଙ୍କ ପରିବାର ସହିତ ଅଗ୍ନିଶମ ଅଧିକାରୀ ବସନ୍ତକୁମାର ପାତ୍ର ଓ  ସୁଖୋଇ ଅଧିକାରୀ ଉପସ୍ଥିତରହିଥିଲେ। ଗତ ଅଗଷ୍ଟରେ ମଧ୍ୟ ହାଲ୍‌ରେ କମ୍ପ୍ରେସର ଫାଟି ସୁଦାମ ମହାନ୍ତି ନାମକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.