ବର୍ଷ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର କ୍ବାର୍ଟର, ଅଧା ନିର୍ମିତ କୋଠାରେ ଲାଗିଲାଣି ଶିଉଳି

Published By : Prameya-News7 Bureau | June 29, 2019 IST

କନ୍ଧମାଳ ୨୯|୬: ସରକାର ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗ୍ରାମାଞ୍ଚଳରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁବିଧା ପାଇଁ କ୍ବାର୍ଟର ନିର୍ମାଣ କରୁଛନ୍ତି । ହେଲେ କ୍ବାର୍ଟର ନିର୍ମାଣ କାମ ବର୍ଷ ବର୍ଷ ଧରି ସରିବାର ନାଁ ନେଉନି । କନ୍ଧମାଳ ଜି.ଉଦୟଗିରି, ରାଇକିଆ, ଟିକାବାଲି ଆଦି ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ପରିସରେ ନିର୍ମାଣଧୀନ କ୍ବାର୍ଟର ଚାରିପାଖ ଜଙ୍ଗଲରେ ପରିଣତ ହେଲାଣି ।  

{"id":128590}

କନ୍ଧମାଳ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ରହିବାଲାଗି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କ୍ବାର୍ଟରମାନ ନିର୍ମାଣ ଚାଲିଛି । ଡାକ୍ତରମାନେ ସୁବିଧାରେ ରହିବେ ଆଉ ସ୍ବାସ୍ଥ୍ୟସେବା ଯୋଗାଇ ଦବେ ବୋଲି ସରକାର ଏ ବ୍ୟବସ୍ଥା କରୁଛନ୍ତି । ହଲେ ଗତ ୮-୧୦ ବର୍ଷ ହେଲାଣି କାମ ଏମିତି ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି ।  ଠିକାଦାର କାମ ଛାଡି ଛୁ । ଅଧା ତିଆରି କୋଠାରେ ଶିଉଳି ଲାଗିଗଲାଣି । ଚାରିପାଖ ଗଛ ବୁଦାରେ ଭର୍ତି ହୋଇଗଲାଣି । ଆସାମାଜିକ ଏଠାରେ ଆଡା ଜମାଉଛନ୍ତି ।

{"id":128591}

କେବଳ ଜି.ଉଦୟଗିରି ଗୋଟିଏ ସ୍ଥାନ ନୁହେଁ ଜିଲ୍ଲାର ରାଇକିଆ ସ୍ବାସ୍ଥ୍ୟକେନ୍ଦ୍ରରେ ବି ସେହି ଏକା ଅବସ୍ଥା। ଏଠାରେ ବି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ନିର୍ମ।ଣ କରାଯାଉଥିବା କ୍ବାର୍ଟର ଅଧା ତିଆରି ହୋଇ ପଡ଼ିଛି । ଟିକାବାଲିରେ ମଧ୍ୟ ସମାନ ଚିତ୍ର । ଫୁଲବାଣୀ ସଦର ମହକୁମାରେ କ୍ବାର୍ଟର ନିର୍ମାଣ ସରିଯାଇଥିଲେ ମଧ୍ୟ ହସ୍ତାନ୍ତର ହୋଇନି ଏଯାଏଁ । ସିଡିଏମଓଙ୍କ କହିବା କଥା ଅର୍ଥାଭାବ କାରଣରୁ ଏଯାଏଁ କ୍ବାର୍ଟର ନିର୍ମାଣ କାମ ବନ୍ଦ ଥିବା ରହିଛି । ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅର୍ଥ ଅନୁଦାନ ପାଇଁ ଚିଠି ଲେଖାଯାଇଛି ।

{"id":128592}

ସ୍ବାସ୍ଥ୍ୟ ବିଭାଗ କବେ ଅର୍ଥ ମଂଜୁର କରିବ ଆଉ ଅର୍ଦ୍ଧନିର୍ମିତ କ୍ବାର୍ଟର କାମ ସରିବା ତାକୁ ଏବେ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.