ଚେନ୍ନାଇରେ ଓଡିଆ ଶ୍ରମିକଙ୍କ ପାଇଁ ମେଗା ସ୍ବାସ୍ଥ୍ୟ ଶିବିର

Published By : Prameya-News7 Bureau | December 10, 2019 IST

ଚେନ୍ନାଇ ୧୦।୧୨: ପ୍ରବାସୀ ଓଡିଆ ଶ୍ରମିକଙ୍କ ସ୍ବାସ୍ଥ୍ୟ ପାଇଁ ଚେନ୍ନାଇରେ ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ ତରଫରୁ ଏକ ସ୍ବାସ୍ଥ୍ୟ ଶିବିର  ଅନୁଷ୍ଠିତ ହୋଇଯାଇଛି। ଚେନ୍ନାଇ ଉପକଣ୍ଠ ଗୁମୁଡିପୁଣ୍ଡିଠାରେ ଏହି ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଓଡିଶା ସରକାରଙ୍କ ଶ୍ରମ ବିଭାଗ ଓ ଚେନ୍ନାଇ  ମୁଖ୍ୟ ଆପୋଲୋ ହସ୍ପିଟାଲ ଓ ଲାୟନ୍ସ କ୍ଲବର ମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିରରେ ପାଞ୍ଚ ଶହରୁ ଅଧିକ ଶ୍ରମିକଙ୍କ ଚିକିତ୍ସା କରାଯାଇଥିଲା।

{"id":196000,"sizeSlug":"large"}

ମାଗଣାରେ ଚିକିତ୍ସା  କରାଯିବା ସହ ଶ୍ରମିକମାନେ କେମିତି ସୁସ୍ଥ ରହିପାରିବେ ସେନେଇ ସେମାନଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ମଧ୍ୟ କରାଯାଇଥିଲା। ଶିବିରରେ ଇସିଜି, ଇକୋ, ଏକ୍ସରେ, ମେମୋଗ୍ରାମ, ଅଲ୍ଟ୍ରାସାଉଣ୍ଡ ଭଳି ଜଟିଳ ପରୀକ୍ଷା ମାଗଣାରେ କରାଯାଇଥିଲା। ଏଥିସହିତ ଗ୍ୟାଷ୍ଟିକ,ବିପି,ସୁଗାର,ହୃଦ୍ ରୋଗ ଭଳି ବହୁତ ରୋଗର ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ମାଗଣାରେ ମେଡିସିନ ଦିଆଯାଇଥିଲା। ଚେନ୍ନାଇ ର ଉପକଣ୍ଠରେ ଥିବା ଏହି ଗୁମୁଡିପୁଣ୍ଡି ଶିଳ୍ପାଞ୍ଚଳରେ ପଚାଶ ହଜାର ରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ବସବାସ କରନ୍ତି। ପେଟପାଟଣା ପାଇଁ ଜନ୍ମଭୂମିର ଦୂରରେ ରହୁଥିବା ଶ୍ରମିକମାନେ ଏଭଳି ସ୍ବାସ୍ଥ୍ୟସେବା ନିୟମିତ କରାଗଲେ ସେମାନେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.