Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ ହଳଦୀ କ୍ଷୀର : ଜାଣନ୍ତୁ ହଳଦୀ କ୍ଷୀର ପିଇବାର ସଠିକ୍ ସମୟ ଏବଂ ପରିମାଣ

15/04/2020 at 5:05 PM

ନୂଆଦିଲ୍ଲୀ ୧୫/୦୪ : ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଆୟୁଷ ମନ୍ତ୍ରାଳୟ ୧୦ଟି ଟିପ୍ସ ଦେଇଛି | ଏଥିରୁ ଗୋଟିଏ ହେଲା ଗୋଲଡେନ ମିଲ୍କ | କେତେ କ୍ଷୀରରେ କେତେ ହଳଦୀ ପକାଇବେ ତାହା ମନ୍ତ୍ରାଳୟ ସୂଚନା ଦେଇଛି | ଆୟୁଷ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଆଡ଼ଭାଇଜାରୀରେ କୁହାଯାଇଛି ଯେ ଦିନକୁ ଅତିକମରେ ଠାରେ କିମ୍ବା ଦୁଇଥର ହଳଦୀ ମିଶା କ୍ଷୀର ପିଇବା ଉଚିତ | ୧୫୦ ମିଲିଲିଟର ଗରମ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଅନ୍ତୁ | ବର୍ଷ ବର୍ଷ ଧରି ଭାରତରେ ଲୋକେ ହଳଦୀ କ୍ଷୀର ପିଉଛନ୍ତି | ଏହାର ବହୁତ ଗୁଣକାରୀ | ଏହାର ଅନେକ ଲାଭ ଅଛି ଯେଉଁଥିପାଇଁ ଏହାକୁ ସୁପରଡ୍ରିଙ୍କ ବୋଲି କୁହାଯାଏ | 

ଅନେକ ଲୋକ ପ୍ରତିଦିନ ହଳଦୀ କ୍ଷୀର ପିଇଥାନ୍ତି | କିନ୍ତୁ ସେମାନଙ୍କ ମଧ୍ୟରୁ ସମସ୍ତେ ଜାଣିନଥାନ୍ତି ଏହି କ୍ଷୀର କିଭଳି ସେବନ କରିବେ, କେଉଁ ସମୟରେ କରିବେ ଏବଂ କେତେ ପରିମାଣରେ କରିବେ |

ପୋଷଣ ବିଶେଷଜ୍ଞ ୠଜୁତା ଦିବେକର ଯିଏ କରିନା କପୁରଙ୍କ ଭଳି ଅନେକ ବଡ ବଡ ହସ୍ତୀଙ୍କ ପୋଷଣ ବିଶେଷଜ୍ଞ ଅଛନ୍ତି ସେ ଏ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି | ସେ ନିୟମିତ ଫ୍ରେସ କ୍ଷୀର ପିଇବା ପାଇଁ ଲୋକଙ୍କୁ ଉପଦେଶ ଦେଇଛନ୍ତି | ସେ କହିଛନ୍ତି ଯେଉଁ କ୍ଷୀରକୁ ଗରମ ନ କଲେ ଘଣ୍ଟା ଦୁଇ ଘଣ୍ଟାରେ ନଷ୍ଟ ହୋଇଯାଇଥାଏ ତାହା ସବୁଠାରୁ ଭଲ କ୍ଷୀର | ହଳଦୀ କ୍ଷୀରର ଲାଭ ଉଠାଇବା ପାଇଁ ସବୁଠାରୁ ମହତ୍ଵପୁର୍ଣ ହେଲା ଆପଣ ଯେଉଁ ସାମଗ୍ରୀ ବ୍ୟବହାର କରୁଛନ୍ତି ତାହା ଭଲ କ୍ୱାଲିଟିର ହୋଇଥିବା ଦରକାର | ସେ କହିଛନ୍ତି କଦଳୀ ଗଛ ଛାଇରେ ବଢିଥିବା ହଳଦୀ ଗଛର ହଳଦୀ ସବୁଠାରୁ ଉପାଦେୟ ହୋଇଥାଏ |

କ୍ଷୀରରେ ଏକା ଚୁଟକୀ ହଳଦୀ ମିଶାଇଲେ ଏହା ସ୍ୱାସ୍ଥ୍ୟକର ହୋଇଥାଏ | କିନ୍ତୁ ଯଦି ଆପଣ ହଳଦୀ କ୍ଷୀର ରାତିରେ ପିଉଛନ୍ତି ତାହେଲେ ଏଥିରେ ଗୋଲମରିଚ କିମ୍ବା ଜାଇଫଳ ବ୍ୟବହାର କରିପାରିବେ | ଏହାଦ୍ୱାରା ଥଣ୍ଡା କାଶ ହୋଇନଥାଏ | ଏହି କ୍ଷୀର ସଂକ୍ରମଣ ରୋକିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ | ତା’ଛଡା ଶୋଇବା ସମୟରେ କ୍ଷୀର ପିଇ ଶୋଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ | କାରଣ ହଳଦୀ ଓ କ୍ଷୀର ଆବଶ୍ୟକ ଫ୍ୟାଟି ଏସିଡ, ଆଣ୍ଟିବାୟୋଟିକର ଏକା ଶକ୍ତିଶାଳୀ ସଂଯୋଜକ |

ହଳଦୀ କ୍ଷୀର ଆପଣ ସକାଳେ ମଧ୍ୟ ପିଇପାରିବେ | ସକାଳେ ମଧ୍ୟ ଏହା ସେତିକି ଉପଯୋଗୀ ଯେତିକି ରାତିରେ | ଏହା ଉଭୟ ସମୟ ପାଇଁ ଗୁଣକାରୀ | ସାଧାରଣତଃ ରାତିରେ କ୍ଷୀର ପିଇ ଶୋଇଲେ ଭଲ ନିଦ ହୋଇଥାଏ | ସେଥିପାଇଁ ଅଧିକାଂଶ ଲୋକେ ରାତିରେ କ୍ଷୀର ପିଇଥାନ୍ତି | କିନ୍ତୁ ସକାଳେ ପିଇଲେ ମଧ୍ୟ ଏହା ସେତିକି ଲାଭ ଦେଇଥାଏ | ତେବେ କ୍ଷୀରରେ ଅଧିକ ମାତ୍ରାରେ ହଳଦୀ ପକାଇବା ଦ୍ୱାରା ଅମ୍ଳ ହୋଇଥାଏ ଏବଂ ସୁଜନ ମଧ୍ୟ ହୋଇଥାଏ | କ୍ଷୀରରେ ଏକା ଚୁଟକୀ ହଳଦୀ ଯଥେଷ୍ଟ |

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ | କରୋନା ଭାଇରସ ଯୁଦ୍ଧରେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ସେ କିଛି ଟିପ୍ସ ଦେଇଥିଲେ ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହେଵ | ସେ ମଧ୍ୟ ହଳଦୀ ମିଶା କ୍ଷୀର ପିଇବାକୁ ଉପଦେଶ ଦେଇଥିଲେ | ଏହାଛଡା ର୍ବାଲ ଟି ବା  ଡିକକ୍ ସିନ ବା କାଢ଼ା ପିଇବାକୁ କହିଥିଲେ | ଚା’ରେ ତୁଳସୀ, ଡାଲଚିନି, ଗୋଲ ମରିଚ, ମିଶାଇ ଦିନକୁ ଦୁଇଥର ପିଇବାକୁ କହିଥିଲେ ।  ଆବଶ୍ୟକ ପଡ଼ିଲେ ଲେମ୍ବୁ ପାଣି ପିଇବାକୁ ଓ ଗୁଡା ମଧ୍ୟ ଖାଇବାକୁ କହିଥିଲେ |

   Related Posts