ସାରୁପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣିଛନ୍ତି କି:ଏହି ସବୁ ରୋଗରୁ ପାଇବେ ମୁକ୍ତି

Published By : Prameya-News7 Bureau | April 09, 2019 IST

ସାରୁପତ୍ରରୁ ପ୍ରସ୍ତୁତ ପକୁଡ଼ି ଏବଂ ତରକାରୀ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ସାରୁ କେବଳ ସ୍ବାଦିଷ୍ଟ ହୋଇନଥାଏ,ବରଂ ଏଥିରେ ପ୍ରୋଟିନ୍ ମଧ୍ୟ ରହିଥାଏ। ସାରୁପତ୍ରକୁ ଔଷଧ ଭାବେ ମଧ୍ୟ ଗଣାଯାଇଥାଏ। ଏଥିରେ ଭିଟାମିନ ଏ,ଭିଟାମିନ୍ ବି,ଭିଟାମିନ୍ ସି,କ୍ୟାଲସିୟମ୍,ପୋଟାସିୟମ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ,ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାରୁପତ୍ର ଖାଇବା ଦ୍ବାରା ଆପଣ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାରୁ ମୁକ୍ତି ପାଇପାରିବେ।

{"id":101768,"width":581,"height":420}

୧.ଅମ୍ଳପିତ୍ତରୁ ମୁକ୍ତି: ଯଦି ଆପଣଙ୍କର କୈାଣସି ପେଟ ସମସ୍ୟା ରହିଥାଏ ତେବେ ସାରୁପତ୍ର ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ପତ୍ରକୁ ଡେମ୍ଫ ସହ ନେଇ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣି​ରେ ଅଳ୍ପ ଘିଅ ମିଶାଇ ୩ଦିନ ଯାଏଁ ଅତି କମରେ ଦୁଇ ଥର ସେବନ କରନ୍ତୁ।

{"id":101769,"width":595,"height":337}

୨.ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ: ସାରୁ ପତ୍ରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ। ଏହାଦ୍ବାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ ଏବଂ ମାଂସପେଶୀ ମଜବୁତ ହୋଇଥାଏ।

{"id":101770,"width":593,"height":333}

୩.ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି: ଯଦି ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ ତେବେ ସାରୁପତ୍ର ଖାଇଲେ ଏଥିରୁ ମୁକ୍ତି ମିଳିବ।

{"id":101771,"width":595,"height":385}

୪.ରକ୍ତଚାପ ଦୂର ହେବ: ସାରୁପତ୍ର ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏହା ସେବନ କରିବା ଦ୍ବାରା ମାନସିକ ଅବସାଦ ହୋଇନଥାଏ।

{"id":101772,"width":595,"height":383}

୫.ଓଜନ କମ୍ ହୋଇଥାଏ: ଓଜନ କମ୍ କରିବା ପାଇଁ ସାରୁପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର ମେଟାବଲିଜମକୁ ସକ୍ରିୟ କରିଥାଏ,ଯାହା ଓଜନକୁ ନିୟନ୍ତ୍ରଣ କରିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.