Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଦୁବ ଘାସ ହେଉଛି ଷ୍ଟାମିନା ପାଇଁ ଅମୋଘ ଔଷଧ, ଏହି ଉପାୟରେ ସେବନ କଲେ ଲାଭ ହେବ ଅଖଣ୍ଡ ପୌରୁଷ

26/11/2019 at 12:51 PM

ଆଯୁର୍ବେଦ ଓଷଧର ପ୍ରସ୍ତୁତି ସାଧାରଣତଃ ବିଭିନ୍ନ ବୃକ୍ଷାଂଶ, ଘାସ, ପ୍ରସ୍ତର ଓ ଧାତୁଭଳି ପ୍ରାକୃତିକ ଜିନିଷରୁ ପ୍ରସ୍ତୁତ ହୋଇଥାଏ । ଆୟୁର୍ବେଦ ଶାସ୍ତ୍ରର ପ୍ରାଚୀନତା ହିଁ ଏହାର ସଫଳତା ଆଡକୁ ଇଂଗୀତ କରିଥାଏ । ଆୟୁର୍ବେଦ ଔଷଧ ବିଶେଷ ପାର୍ଶ୍ବପ୍ରତିକ୍ରିୟା ହୀନ ହୋଇଥାଏ । ତେବେ ଏହାର ଆନୁପାତିକ ଅସନ୍ତୁଳନ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆୟୁର୍ବେଦ ଔଷଧ ବୋଲି ଆପଣ ମନକୁ ମନ ସେବନ କରିବା ବା ଏହି ଔଷଧ ପ୍ରସ୍ତୁତ କରିବା ନିଶ୍ଚୟ ବିପଦଜନକ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ପ୍ରସ୍ତୁତ ଓ ସେବନ ନିଶ୍ଚୟ ଫଳପ୍ରଦ । ଏହାକୁ ବୈଧାନିକ ସତର୍କତା ହିସାବରେ ଗ୍ରହଣ କରିବା ବାଂଛନୀୟ ।

ଆଜି ଆମେ ଏହି କ୍ରମରେ ଏକ ଘାସ ବିଷୟରେ କଥା ହେବା । ପବନ ଓ ବାତ୍ୟାରେ ବଡ ବଡ ଦୃମ ଟଳିପଡେ । ହେଲେ ଦୁବଘାସର କୌଣସି କ୍ଷତି ହୋଇନଥାଏ । ଅନେକ ସମୟରେ ଆମେ କଥାବାର୍ତ୍ତା କଲାବେଳେ ଦୁବଘାସର ଏହି ଶକ୍ତିର ଉଦାହରଣ ଦେଇଥାଉ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବାସ୍ତବରେ ଦୁବଘାସ ପୁରୁଷ ଶକ୍ତି ଲାଗି ଏକ ଅମୋଘ ଔଷଧ ।

ଘର ସାମ୍ନାରେ ମନକୁ ମନ ଅଯତ୍ନଭାବେ ବଢୁଥିବା ଏହି ଘାସକୁ ସନାତନ ହିନ୍ଦୁଧର୍ମରେ ପବିତ୍ର ବୋଲି ବିବେଚନା କରାଯାଇଛି । ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଦୂବର ଆବଶ୍ୟତା ରହିଥାଏ । ଦୁବ, ବରକୋଳି ପତ୍ର, ଆମ୍ବ ଡାଳ, ଅରୁଆ ଚାଉଳ ଏବଂ ହଳଦୀ ଯେ କୌଣସି ଶୁଭକାର୍ଯ୍ୟରେ ଆବଶ୍ୟକ ହୁଏ । ଯାତକରେ ରାହୁ ଗ୍ରହ ଦୂଷିତ ହୋଇଥିଲେ ଦୁବ ଘାସ ଦ୍ବାରା ବିଶେଷ ପ୍ରତିକାର ବିଧି ମଧ୍ୟ ରହିଛି । ତେବେ ଏହା ଯେ,ଏକ ଶକ୍ତି ବର୍ଦ୍ଧକ ଔଷଧ ଏହା ଅନେକେ ଜାଣନ୍ତି ନାହିଁ ।

ପୌଷ୍ଟିକ ତତ୍ତ୍ବ ବିଶ୍ଳେଷକଙ୍କ ଅନୁସାରେ ଦୁବ ଘାସରେ ଆଇରନ, ମ୍ୟାଗ୍ନେସିଅମ, ଜିଙ୍କ, କପର ଏବଂ  ଫାଇବର ଆଦି ବହୁମାତ୍ରାରେ ରହିଥାଏ । ଯାହା ପୁରୁଷ ଶକ୍ତି ଲାଗି ଆବଶ୍ୟକ । ଦୁବଘାସର ଔଷଧୀୟ ନାମ ହେଲା –cynodon dactylon । ଏହା ପୁରୁଷମାନଙ୍କ ଯୌନ ସମସ୍ୟାଠାରୁ ଆରମ୍ଭ କରି ଶରୀରରେ ନୂତନ ରକ୍ତ ସୃଷ୍ଟି ଓ ସଂଚାଳନ ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ କରିଥାଏ ।ଯୌନଜୀବନକୁ ଅତ୍ୟନ୍ତ ରୋମାଂଚକର କରିଥାଏ ।

-ଦୂବଘାସକୁ ହରିତ ରକ୍ତ ବୋଲି ମଧ୍ୟ କୁହାଯାଏ । ଏହା ସେବନ କରିବା ଦ୍ବାରା ଶରୀରରେ ଲୌହସାରର ଆବଶ୍ୟକତା ପୂରଣ ହେବା ସହ ହିମୋଗ୍ଲୋବିନ ସ୍ତରକୁ ମଧ୍ୟ ଠିକ କରିଥାଏ । ବିଶେଷକରି ପୁରୁଷଙ୍କ ଲାଗି ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

-ଧ୍ବଜଭଙ୍ଗ, ଧାତୁ ଦୌର୍ବଲ୍ୟ ଭଳି ବିଭିନ୍ନ ସମସ୍ୟା ଦୂର କରିବା ଲାଗି ଦିନେ ଛଡା ଦିନେ ଦୀର୍ଘ ୧ ମାସ ପର୍ଯ୍ୟନ୍ତ ଦୂବଘାସର ରସକୁ ଉଷୁମ ଗୋରସ ସହ ପାନ କରିଲେ ସୁଫଳ ମିଳିବ । ସେହିଭଳି ଏନିମିଆ ଆଦି ରୋଗରୁ ମଧ୍ୟ ନିସ୍ତାର ମିଳିବ । ଶାରିରୀକ ପରିଶ୍ରମ ଓ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ଲାଗି ଏହା ଭିଟାମିନ ଟନିକ ଓ ଏନର୍ଜି ଡ୍ରିଙ୍କ ଭଳି କାମ କରିଥାଏ । 

– ମହିଳା ମାନଙ୍କ ସ୍ବାସ୍ଥ୍ୟ ଲାଗି ମଧ୍ୟ ଦୂବଘାସ ବେଶ ଉପାଦେୟ । ବିଶେଷକରି ପ୍ରସୂତୀ ମହିଳାଙ୍କ ନିମନ୍ତେ ଅତ୍ୟନ୍ତ ଲାଭ କାରୀ । ସ୍ତନ୍ୟପାନ କରାଉଥିବା ମହିଳାମାନେ ଦୂବରସ ସେବନ କରିବା ଜରୁରୀ । କାରଣ ଦୂବରସରେ  ପ୍ରୋଲେକ୍ଟିନ  ପ୍ରଚୁର ମାତ୍ରାରେ ରହିଥାଏ । ଏହା ଦୁଗ୍ଧ ସୃଷ୍ଟି  ଓ କ୍ଷରଣରେ ସହାୟକ ହୋଇଥାଏ ।  

   Related Posts