Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମହିଳାଙ୍କ ପାଇଁ କୈାଣସି ବରଦାନଠୁ କମ୍ ନୁହେଁ ଏହି ଗଛ : ଜାଣନ୍ତୁ ଏହି ଗଛର ଉପାଦେୟତା

1/06/2019 at 10:26 AM

ଆମେ ସମସ୍ତେ ଜାଣିଛୁ ଯେ ପ୍ରକୃତି ହେଉଛି ସ୍ବାସ୍ଥ୍ୟର ଗନ୍ତାଘର। ପ୍ରକୃତିରେ ଏପରି ବହୁତ ଜିନିଷ ମିଳେ ଯାହାକୁ ଆମେ ଔଷଧ ଭାବେ ବ୍ୟବହାର କରିଥାଉ। ଏହା ବ୍ୟତୀତ ଏପରି କେତେକ ପ୍ରାକୃତିକ ବସ୍ତୁ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଏଗୁଡ଼ିକ ମଧ୍ୟରୁ ଆମେ ଏପରି ଏକ ଗଛ ବିଷୟରେ କହିବା ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ।

ଏହା ଏକ ଏପରି ଗଛ ଯାହା ଆୟୁର୍ବେଦିକ ଔଷଧର ବହୁତ ବଡ଼ ସ୍ରୋତ। ପ୍ରକୃତରେ ଆମେ କଥା ହେଉଛୁ ସଦାବିହାରୀ ଗଛ ବିଷୟରେ। ଏହି ଗଛରେ ଏପରି କେତେକ ଔଷଧୀୟ ଗୁଣ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ,ଖାସ୍ କରି ମହିଳାଙ୍କ ପାଇଁ ଏହା କୈାଣସି ବରଦାନଠୁ କମ୍ ନୁହେଁ। ଏହି ଗଛ ନିଜର ସୈାନ୍ଦର୍ଯ୍ୟ ପାଇଁ ଜଣାଯିବା ସହିତ ନିଜର ଔଷଧୀୟ ଗୁଣ ପାଇଁ ଜଣାଯାଏ।

ଏହା ଏକ ଏପରି ଗଛ ଯାହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଆସନ୍ତୁ ସଦାବିହାରୀ ଗଛ ସହାୟତାରେ କେଉଁ କେଉଁ ରୋଗରୁ ମୁକ୍ତି ମିଳିଥାଏ।

୧. ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ: ରକ୍ତଚାପ ରୋଗୀ ପାଇଁ ଏହି ଗଛ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସଦାବିହାରୀ ଗଛର ଚେରରେ ଅଜମଲାସିନେ ନାମକ ଆଲକଲାଇଡ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥାଏ,ସେମାନେ ସକାଳେ ସଦାବିହାରୀ ଗଛର ଚେରକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହା ଦ୍ବାରା ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିବ।

୨. ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ : ସଦାବିହାରୀ ଗଛରେ ଥିବା ଆଲକଲାଇଡ ପାଚନ ତନ୍ତ୍ରର ବିଟା ସେଲକୁ ମଜବୁତ କରିଥାଏ,ଯାହା ଦ୍ବାରା ଶରୀରରେ ଇନସୁଲିନର ମାତ୍ରା ଠିକ୍ ଥାଏ। ଯେଉଁ ବ୍ୟକ୍ତିଙ୍କର ମଧୁମେହ ସମସ୍ୟା ଥାଏ,ସେମାନେ ସଦାବିହାରୀ ପତ୍ରର ରସକୁ ପିଇଲେ କିମ୍ବା ଏହାର ପତ୍ରକୁ ଚୋବାଇ ଖାଇଲେ ମଧୁମେହରୁ ଲାଭ ମିଳିଥାଏ।

୩.କ୍ୟାନସରରୁ ମୁକ୍ତି ମିଳିଥାଏ: ସଦାବିହାରୀ ଗଛର ପତ୍ରରେ କ୍ୟାନସରରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ତତ୍ତ୍ବ ରହିଥାଏ। ଏହାର ପତ୍ରରେ ବିନକ୍ରିଷ୍ଟିନ୍ ଏବଂ ବିମ୍ବ୍ଲାଷ୍ଟିନ୍ ନାମକ ଏଞ୍ଜାଇମ୍ ରହିଥାଏ,ଯାହା କ୍ୟାନସରରୁ ବର୍ତ୍ତିବାରେ ସହାୟକ ହୋଇଥାଏ। କ୍ୟାନସର ରୋଗୀଙ୍କୁ ଏହି ପତ୍ରର ଚଟଣି ପ୍ରସ୍ତୁତ କରି ନିୟମିତ ପିଇବାକୁ ଦେଲେ ଲାଭ ମିଳିଥାଏ।

୪.କୁଣ୍ଡିଆ ସମସ୍ୟା ଦୂର କରିଥାଏ: ଯଦି କୈାଣସି ବ୍ୟକ୍ତିଙ୍କୁ କୁଣ୍ଡିଆ ସମସ୍ୟା ହୋଇଥାଏ,ତେବେ ବ୍ୟକ୍ତି ସଦାବିହାରୀ ପତ୍ରକୁ ପେଶି ପ୍ରଭାବିତ ସ୍ଥାନରେ ଲଗାଇଲେ କୁଣ୍ଡିଆ ସମସ୍ୟା ଦୂର ହୋଇଥାଏ।

୫.ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ: ତ୍ବଚାରେ ହେଉଥିବା ବ୍ରଣ ସମସ୍ୟାକୁ ଦୂର କରିବାରେ ସଦାବିହାରୀ ଗଛ ଲାଭଦାୟକ ହୋଇଥାଏ। ସଦାବିହାରୀ ଫୁଲର ରସ ବାହାର କରି ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ସମସ୍ୟା ମୂଳରୁ ନାଶ ହୋଇଥାଏ।

   Related Posts