Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

କେବେ ଖାଇଛନ୍ତି ନାଲି କଦଳୀ ? ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର, ଅନେକ ଭିଟାମିନରେ ଭରପୁର

27/01/2021 at 5:32 PM

ଭୁବନେଶ୍ୱର ୨୭/୦୧ : କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ, ନାଲି କଦଳୀ ବି ଥାଏ। ଏହା ପୋଷାକ ତତ୍ତ୍ୱରେ ଭରପୁର। ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି। ସେଥିପାଇଁ ଏହି କଦଳୀ ଖାଇବା ମାତ୍ରେ ଶକ୍ତି ମିଳିଥାଏ। ନାଲି କଦଳୀରେ ଆହୁରି ଅନେକ ଗୁଣ ରହିଛି।

ସାଧାରଣ କଦଳୀ ଠାରୁ ନାଲି କଦଳୀରେ ଅଧିକ ପୋଷାକ ତତ୍ତ୍ୱ ରହିଛି। ଏହାର ସ୍ୱାଦ ମଧ୍ୟ ଭିନ୍ନ। ଏହା ସାମାନ୍ୟ କଦଳୀ ଅପେକ୍ଷା ଅଧିକ ମିଠା। ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଏହି କଦଳୀ ସାଧାରଣତଃ ଦକ୍ଷିଣ ଭାରତରେ ଉପଲବ୍ଧ। ନାଲି କଦଳୀରେ ବହୁ ମାତ୍ରାରେ ଫାଇବର୍ ରହିଛି। ସେଥିପାଇଁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ। ଗୋଟିଏ ନାଲି କଦଳୀରେ ୯୦ ରୁ ୧୦୦ କ୍ୟାଲୋରୀ ଓ ଭଲ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ନାଲି କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା କିଡନୀରେ ଷ୍ଟୋନ ହେବାରେ ରୋକିଥାଏ। ଶରୀର ମାତ୍ରାଧିକ କ୍ୟାଲସିୟମ ରୋକିବାରେ ସାହାଯ୍ୟ କରିଥାଏ। ଏହା ଦ୍ୱାରା ହାଡ ମଜବୁତ ହୋଇଥାଏ।

ନିୟମିତ ନାଲି କଦଳୀ ସେବନ କଲେ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ହୃଦ ଜନିତ ରୋଗର ସମ୍ଭାବନା ମଧ୍ୟ କମ ଥାଏ।

ମ୍ୟାଗନେସିୟମ ଓ ପୋଟାସିୟମ ନିକୋଟିନ ଛାଡିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଧୂମପାନ ଇଚ୍ଛା କମ ହୋଇଥାଏ। ନାଲି କଦଳୀ ସେବନ ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।

ନାଲି କଦଳୀ ଆଣ୍ଟିଅକ୍ସିଡେଣ୍ଟ ଇ ଭିଟାମିନରେ ଭରପୁର ଯାହା ରକ୍ତର ଗୁଣ ଓ ହେମୋଗ୍ଲୋବିନ ସ୍ଥରରେ ସୁଧାର ଆଣିଥାଏ। ଏହା ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ। ନାଲି କଦଳୀରେ ଭିଟାମିନ ବି-୬ ରହିଛି ଯାହା ଲାଲ ରକ୍ତ କଣିକା ନିର୍ମାଣ କରିବାରେ ସାହାଯ୍ୟ କରିଥାଏ।

ନାଲି କଦଳୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ନାଲି କଦଳୀରେ ତିଆରି ଫେସ୍ ପ୍ୟାକ୍ ତ୍ୱଚାରେ ଚମକ ବଢାଇଥାଏ। ନାଲିକଦଳୀ, ମହୁ ଓ ଓଟ୍ସରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇ ପାରିବେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts