Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୂଳା ଖାଇଲେ କ’ଣ କ’ଣ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ ଜାଣନ୍ତୁ : ମୂଳା ସହିତ ଏହି ଦୁଇଟି ଜିନିଷ ଭୁଲରେ ବି ମିଶାଇ ଖାଇବେ ନାହିଁ

29/11/2018 at 10:47 AM

ଶୀତଦିନେ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ମୂଳା ନିଶ୍ଚୟ ରହିଥାଏ । ଶୀତଦିନେ ମଧ୍ୟ ପ୍ରଚୁର ମୂଳା ମିଳିଥାଏ । ପ୍ରଚୁର ପରିମାଣର ପୋଷଣ ତତ୍ତ୍ବରେ ଭରପୁର ମୂଳାକୁ କିଏ ସାଲାଡ଼ କରି ଖାଇବାକୁ ପସନ୍ଦ କରିଥାଏ ତ କିଏ ମୂଳା ପରଟା । ମୂଳାର ଆଚାର ମଧ୍ୟ ଅନେକଙ୍କୁ ପାଗଳ କରିଥାଏ । କିନ୍ତୁ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ମୂଳା ଖାଇବା ତ ଦୂରର କଥା ଦେଖିବାକୁ ବି ପସନ୍ଦ କରିନଥାନ୍ତି । ଆପଣ ଯଦି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ ତାହେଲେ ଏହି ରିପୋର୍ଟ ନିଶ୍ଚୟ ପଢନ୍ତୁ ଓ ଜାଣନ୍ତୁ ମୂଳା ଶରୀର ପାଇଁ କେତେ ଲାଭଦାୟକ । ଏହା ଜାଣିବାପରେ ଆପଣ ମଧ୍ୟ ମୂଳାକୁ ନିଜ ଡ଼ାଏଟ୍ ପ୍ଲାନରେ ସାମିଲ କରିବାକୁ ବାଧ୍ୟ ହେବେ । ତେବେ ମୂଳା ସହିତ ଏହି ଦୁଇଟି ଜିନିଷ ଜମା ଖାଆନ୍ତୁ ନାହିଁ । ମୂଳା ସହିତ ଏହି ଦୁଇଟି ଜିନିଷ ଖାଇଲେ ଫାଇଦା ଠାରୁ ଅଧିକ କ୍ଷତିରେ ପଡ଼ିବେ । ଏପରିକି ଏହା ଜୀବନ ହାନୀର କାରଣ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ପ୍ରଥମେ ଜାଣିବା ମୂଳା ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ ।

  • ପୌଷ୍ଟିକ ଗୁଣରେ ସମୃଦ୍ଧ ମୂଳା ଆମ କିଡ୍‌ନୀକୁ ସୁସ୍ଥ ରଖିଥାଏ । ଶରୀରରେ ଥିବା ଟକ୍ସିକ୍ ଜିନିଷ ବା ବିଷାକ୍ତ ଜିନିଷକୁ ଏହା ବାହାର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ମୂଳାକୁ ନ୍ୟାଚୁରାଲ କ୍ଲିଞ୍ଜର ବୋଲି ମଧ୍ୟ କୁହା ଯାଇଥାଏ । ଏହା ଆମ ତନ୍ତୁକୁ ସୁସ୍ଥ ରଖିଥାଏ । ମୂଳାରୁ ପ୍ରଚୁର ପରିମାଣର ଫାଇବର ମିଳିଥାଏ । ତେଣୁ କୋଷ୍ଠ କାଠିନ୍ୟ ରୋଗରେ ପିଡ଼ୀତ ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ୍ୟ ହୋଇଥାଏ ।
  • କେହି ଯଦି ଅଗ୍ନିମାନ୍ଦ୍ୟ ବା ଭୋକ ନ ଲାଗିବା ଭଳି ରୋଗରେ ପିଡ଼ୀତ, ତାହା ହେଲେ ମୂଳା ରସରେ ଅଦାରସ ମିଶାଇ ପାନ କଲେ ଏହି ସମସ୍ୟା ତୁରନ୍ତ ଦୂର ହୋଇଥାଏ । ପେଟ ଜନିତ ଯେକୌଣସି ରୋଗ ପାଇଁ ମଧ୍ୟ ଏହା ବେଶ ଫଳପ୍ରଦ ହୋଇଥାଏ ।

  • ଯଦି ଆପଣଙ୍କ ପେଟ ଭାରିଭାରି ଲାଗୁଥାଏ ତା ହେଲେ ମୂଳା ରସରେ ଲୁଣ ମିଶାଇ ପିଆନ୍ତୁ ଆପଣଙ୍କୁ ତୁରନ୍ତ ଆରାମବୋଧ ହେବ । ଯେଉଁମାନେ ଲିଭର ସମସ୍ୟାରେ ପଡ଼ିଛନ୍ତି ସେମାନେ ମୂଳାକୁ ନିଶ୍ଚୟ ଡ଼ାଏଟ୍ ପ୍ଲାନରେ ସାମିଲ କରିବା ଜରୁରୀ । ମୂଳା ଆମ ଲିଭରକୁ ସୁସ୍ଥ ରଖିବା ସହ ଏହାର ସଞ୍ଚାଳନକୁ ସନ୍ତୁଳିତ କରିଥାଏ ।
  • ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭପ୍ରଦ । ଆଣ୍ଟି ହାଇପରଟେନ୍‌ସିଭ୍ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମୂଳାରେ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ ରହିଥାଏ । ଫଳରେ ଏହା ଆମ ଶରୀରର ସୋଡ଼ିୟମ-ପୋଟାସିୟମ ପରିମାଣକୁ ସନ୍ତୁଳିତ କରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
  • ଆଖି ହଳଦିଆ ପଡ଼ିଯାଇଥିବା ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ୍ୟ ହୋଇଥାଏ । ଏହି ରୋଗୀମାନେ ନିଜ ଡ଼ାଏଟ୍‌ରେ ନିଶ୍ଚୟ ସଜ ମୂଳା ରଖିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ବିଶେଷ ଲାଭଦାୟକ ହୋଇଥାଏ ।

  • ତେବେ ମୂଳା ସହିତ କଲରା ଖାଇବା ସମ୍ପୁର୍ଣ୍ଣ ବର୍ଜନୀୟ । କଲରା ଖାଇବାର ଅନୂନ୍ୟ ୨୪ ଘଣ୍ଟା ମଧ୍ୟରେ ମୂଳା ଖାଇବା ଅନୁଚିତ । ଏହା କରିବା ଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହୋଇପାରେ । ହୃଦଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

  • ସେହିଭଳି ମୂଳା ସହିତ ସନ୍ତରା ଖାଇବା ମଧ୍ୟ ଉଚିତ୍ ନୁହେଁ । ମୂଳା ଓ ସନ୍ତରା ଖାଇବା ମଧ୍ୟରେ ଅନୂନ୍ୟ ୧୨ ଘଣ୍ଟାର ଅନ୍ତର ରଖିବା ଆବଶ୍ୟକ । ଏହାକୁ ମିଶାଇ ଖାଇଲେ ବିଷାକ୍ତ ହେବାର ସମସ୍ୟା ରହିଥାଏ ।

   Related Posts