Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଶୀତ ଦିନରେ ମୂଳା ଖାଇବାର ରହିଛି ଅନେକ ଫାଇଦା: ଦୂର କରିଥାଏ ଏହିସବୁ ସମସ୍ୟା

11/11/2020 at 6:59 PM

ଭୁବନେଶ୍ୱର ୧୧/୧୧ : ଶୀତ ଋତୁରେ ଅନେକ ତାଜା ପନିପରିବା ଉପଲବ୍ଧ ହୋଇଥାଏ। ଶୀତ ଋତୁରେ ମିଳୁଥିବା ଅନେକ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଶୀତ ଋତୁରେ ସବୁଠାରୁ ଅଧିକ ଖିଆ ଯାଉଥିବା ପରିବା ମଧ୍ୟରୁ ଗୋଟିଏ ହେଲା ମୂଳା। ମୂଳା ଖାଇବାକୁ ଭଲ ଲାଗେ ବୋଲି ଅଧିକ ଲୋକ ଖାଆନ୍ତି। କିନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି। ମୂଳା ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। ଥଣ୍ଡା ଦିନରେ ପ୍ରତିଦିନ ମୂଳା ଖାଇଲେ କଣ କଣ ଲାଭ ମିଳିଥାଏ ଜାଣନ୍ତୁ।

. ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ମୂଳାରେ ବହୁ ମାତ୍ରାରେ ଭିଟାମିନ-ସି ରହିଛି। ଯାହାଫଳରେ ଶୀତ ଦିନରେ ଥଣ୍ଡା କାଶରୁ ରକ୍ଷା ମିଳିଥାଏ। ମୂଳା ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଶରୀରରେ ଜ୍ବଳନ ମଧ୍ୟ କମ କରିଥାଏ।

. ରକ୍ତଚାପ ନିୟନ୍ତ୍ରଣ କରିଥାଏ ମୂଳା ଶରୀରକୁ ପୋଟାସିୟମ ଯୋଗାଇଥାଏ ଯେଉଁଥିପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଯଦି ହାଇପାରଟେନସନ ସମସ୍ୟା ଥାଏ ତାହେଲେ ମୂଳା ନିଶ୍ଚୟ ଖାଇବା ଉଚିତ। ଆୟୁର୍ବେଦ ଅନୁସାରେ ମୂଳା ରକ୍ତ ଉପରେ ଶୀତଳ ପ୍ରଭାବ ପକାଇଥାଏ। 

. ହୃଦୟ ରୋଗରୁ ରକ୍ଷା କରିଥାଏ ମୂଳା ଏଂଥୋସାୟନିନର ଏକ ସ୍ରୋତ ଯାହାଦ୍ୱାରା ହୃଦୟ ଭଲ ଭାବେ କାମ କରିଥାଏ। ପ୍ରତିଦିନ ମୂଳା ଖାଇଲେ ହୃଦୟ ରୋଗ ବିପଦ କମ ହୋଇଥାଏ। ମୂଳାରେ ଫୋଲିକ ଏସିଡ ଓ ଫ୍ଲେବୋନାୟଡ୍ସ ରହିଛି। ଯାହା ଅକ୍ସିଜେନ ମାତ୍ରା ବଢ଼ିଥାଏ ଓ ହୃଦୟ ରୋଗରୁ ରକ୍ଷା କରିଥାଏ।

. ଫାଇବର ସ୍ରୋତ ମୂଳାରେ ବହୁ ମାତ୍ରାରେ ଫାଇବର ରହିଛି। ମୂଳା ଖାଇବା ଦ୍ୱାରା ଶରୀରରେ ଫାଇବର ମାତ୍ରା କମିନଥାଏ। ଫାଇବର ମାତ୍ରା ଯୋଗୁଁ ପାଚନ ତନ୍ତ୍ର ଭଲ ଭାବେ କାମ କରିଥାଏ। ମୂଳା ଲିଭର ଓ ଗଲ ବ୍ଲାଡରକୁ ମଧ୍ୟ ସୁରକ୍ଷିତ ରଖିଥାଏ।

. ରକ୍ତ ବାହକକୁ ମଜବୁତ କରିଥାଏ ମୂଳାରେ କୋଲୋଜେନ ରହିଛି ଯାହା ମଣିଷ ଶରୀରରେ ରକ୍ତ ବାହକକୁ ମଜବୁତ କରିଥାଏ। ଯାହାଫଳରେ ଆଥେରୋସ୍କ୍ଲେରୋସିସ୍ ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା କମିଯାଇଥାଏ।

. ମେଟାବୋଲିଜିମ୍ ବଢ଼ିଥାଏ ମୂଳା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ। ତାଛଡା ଏସିଡ଼ିଟି, ମୋଟାପଣ, ଗ୍ୟାସ ସମୟ ଓ ବାନ୍ତି ଭଳି ସମସ୍ୟା ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ।

. ତ୍ୱଚା ପାଇଁ ଲାଭଦାୟକ ସୁନ୍ଦର ଓ ମସୃଣ ତ୍ୱଚା ପାଇଁ ପ୍ରତିଦିନ ମୂଳା ଜୁସ ପିଇବା ଉଚିତ। ମୂଳାରେ ଭିଟାମିନ-ସି ଓ ଫସଫରସ ଥିବାରୁ ଏହା ତ୍ୱଚାର ରୁଖାପଣ ଦୂର କରିଥାଏ। କେଶରେ ଲଗାଇଲେ ଉପି ସମସ୍ୟା ମଧ୍ୟ ଦୂର ହୋଇଥାଏ ଓ କେଶ ମଜବୁତ ହୋଇଥାଏ।

୮. ପୋଷାକ ତତ୍ତ୍ୱରେ ଭରପୁର – ନାଲି ମୂଳାରେ ଭରପୁର ମାତ୍ରାରେ ଭିଟାମିନ-ଏ, ଇ, ସି, କେ ଓ B6, ରହିଛି। ଏଥିରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଜିଙ୍କ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ମାଙ୍ଗାନିଜ୍ ରହିଛି। ଏହିସବୁ ପୋଷାକ ତତ୍ତ୍ୱ ଯୋଗୁଁ ଏହା ଶରୀରକୁ ସୁସ୍ଥ ରଖିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts