Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସ୍ୱାସ୍ଥ୍ୟ ପାଇଁ ହିତକର ନାସପାତି: ଓଜନ ହ୍ରାସ ସହ ରହିଛି ଏହିସବୁ ଫାଇଦା

4/10/2021 at 8:01 PM

ଭୁବନେଶ୍ୱର ୦୪/୧୦ : ମୌସୁମୀ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ। ଏହାକୁ ପିୟର୍ସ ମଧ୍ୟ କୁହାଯାଏ। ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫେନୋଲିକ୍ ଯୌଗିକ, ଫୋଲେଟ୍, ଫାଇବର, କପର, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଏବଂ ଯୌଗିକ ମଧ୍ୟ ଅଛି। ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ। ନାସପାତିରେ ଆଉ କଣ କଣ ଲାଭ ଅଛି ଆସନ୍ତୁ ଜାଣିବା:

୧. ପ୍ରତିରୋଧକ ଶକ୍ତି ବଢାଏ – ନାସପାତିରେ ଭିଟାମିନ୍ ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ।

୨. ହାଡ ମଜବୁତ କରେ – ନାସପାତି କ୍ୟାଲସିୟମର ଏକ ଉତ୍ତମ ଉତ୍ସ। ହାଡକୁ ଶକ୍ତିଶାଳୀ କରିବାରେ କ୍ୟାଲସିୟମ ସାହାଯ୍ୟ କରେ। ହାଡର ଦୁର୍ବଳତାକୁ ରୋକିବା ପାଇଁ ନାସପାତି ଖାଇପାରିବେ।

୩. ଆୟରନ (ଲୌହ )- ନାସପାତିରେ ବହୁ ପରିମାଣରେ ଲୌହ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ମାତ୍ରା କମ ସେମାନେ ନାସପାତି ଖାଇବା ଉଚିତ୍। ଏହା ରକ୍ତହୀନତାର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ।

୪. ପାଚନ ତନ୍ତ୍ର – ନାସପାତି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ  ନାସପାତି ସେବନ କରିବା ଉଚିତ। ଏହା ହିତକର ହୋଇଥାଏ।

୫. ଥକାପଣ – ଥକାପଣ, ଶରୀରରେ ଦୁର୍ବଳତା ଅନୁଭବ କରୁଥିବା ବ୍ୟକ୍ତି ନାସପାତି ସେବନ କରିବା ଉଚିତ। ନାସପାତିରୁ ମିଳୁଥିବା ପୁଷ୍ଟିକର ଶକ୍ତି ବୃଦ୍ଧିରେ ସହାୟକ ହୁଏ। ଏହା ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

୬. ଓଜନ ହ୍ରାସ – ନାସପାତି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନାସପାତିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଅଛି। ସେଥିପାଇଁ ନିଜ ଆହାରରେ ନାସପାତି ନିଶ୍ଚୟ ସାମିଲ କରନ୍ତୁ।

   Related Posts