ଶକ୍ତିବର୍ଦ୍ଧକ ଔଷଧର କାମ ଦେଇଥାଏ ଏହି ଫଳ : ଅନେକ ରୋଗ ପାଇଁ ହୋଇଥାଏ ରାମବାଣ

Published By : Prameya-News7 Bureau | November 26, 2019 IST

ବର୍ତ୍ତମାନ ସମୟରେ ଲୋକେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ଯାହା ଫଳରେ ତାଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହା ଫଳରେ ଶରୀରରେ ଦୁର୍ବଳତା ସମସ୍ୟା ମଧ୍ୟ ଦେଖା ଦେଲାଣି। ଆଜି ଆମେ ଜାଣିବା ଦେଶୀ ଶକ୍ତିବର୍ଦ୍ଧକ ଔଷଧ ବିଷୟରେ ଯାହା ସେବନ କରିବା ଦ୍ବାରା ଶରୀରରେ ଜବରଦସ୍ତ ଶକ୍ତି ଆସିଥାଏ ଏବଂ ସମସ୍ତ ପ୍ରକାର ଦୁର୍ବଳତାରୁ ମୁକ୍ତି ମିଳିଥାଏ।

{"id":190132,"sizeSlug":"large"}

ଏହି ଫଳର ନାଁ ହେଉଛି ମହୁଲ ଫଳ। ଆୟୁର୍ବେଦ ଅନୁସାରେ ମହୁଲ ଏକ ଶକ୍ତିବର୍ଦ୍ଧକ ଔଷଧ। ଏଥିରେ ଆଇରନ୍,ଜିଙ୍କ,କ୍ୟାଲସିୟମ୍ ଏବଂ ଫାଇବର ସହ ପ୍ରୋଟିନର ମାତ୍ରା ମଧ୍ୟ ଭରପୂର ରହିଥାଏ। ଏହା ମନୁଷ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ଶରୀରରେ ଥକ୍କାପଣ,ଦୁର୍ବଳତା ଏବଂ ଯୌନ ରୋଗରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ଶରୀରରେ ଶକ୍ତି ମିଳିଥାଏ ଏବଂ ଶରୀରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

{"id":190133,"sizeSlug":"large"}

ସେବନ କରିବାର ଉପାୟ : ଆପଣ ୪/୫ଟି ମହୁଲ ଫଳକୁ ଗରମ କ୍ଷୀରରେ ପକାଇ ଏହାର ସେବନ କରି ପାରିବେ। ଏହା ଶରୀର ପାଇଁ ଲାଭଦାୟକ। ଆପଣ ମହୁଲ ଫଳର ଛାଲିକୁ ମଧ୍ୟ ବ୍ୟବହାର କରି ପାରିବେ। ଏହା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

{"id":190134,"sizeSlug":"large"}

୧. ମହୁଲର ଛାଲିକୁ ଟନସିଲ,ଡାଇବେଟିସ୍,ଅଲସର ଏବଂ ଆର୍ଥରାଇଟିସ୍ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିପାଇଁ ଆପଣ ମହୁଲର ଛାଲିକୁ କାଢ଼ା କରି ନିୟମିତ ସେବନ କରି ପାରିବେ। ଏହା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହା ସହିତ ଶରୀରରେ ଜବରଦସ୍ତ ଶକ୍ତି ଆସିବ।

{"id":190135,"sizeSlug":"large"}

୨. ଆୟୁର୍ବେଦ ଅନୁସାରେ ମହୁଲର ଗାଣ୍ଠ ଏବଂ ଛାଲ ଦାନ୍ତବ୍ୟଥା ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ଏବଂ ମାଢ଼ିରୁ ରକ୍ତ ବାହାରୁଥାଏ ତେବେ ଆପଣ ମହୁଲର ଛାଲରୁ ବାହାରୁଥିବା ରସ ସହ ଅଳ୍ପ ପାଣି ମିଶାନ୍ତୁ ଏବଂ ଏହି ପାଣିରେ ଗାର୍ଗଲିଂ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।

{"id":190136,"sizeSlug":"large"}

୩. ମହୁଲ ଫୁଲ ଅର୍ଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଆପଣ ଏହାର ଫୁଲକୁ ଘିଅରେ ଭାଜି ରୋଗୀଙ୍କୁ ନିୟମିତ ଭାବେ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଅର୍ଶ ଭଲ ହୋଇଯିବ। ଏହା ଦ୍ବାରା ଅର୍ଶ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ।

{"id":190137,"sizeSlug":"large"}

୪ . ତ୍ବଚା ସମ୍ବନ୍ଧୀୟ ରୋଗ ଏକଜିମାର ଚିକିତ୍ସାରେ ମଧ୍ୟ ମହୁଲ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଆପଣ ମହୁଲ ପତ୍ରରେ ତିଳ ତେଲ ଲଗାଇ ଗରମ କରନ୍ତୁ। ଏହି ଗରମ ପତ୍ରକୁ ଆପଣ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହା ଦ୍ବାରା ଆପଣ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ପାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.