ଯକ୍ଷ୍ମାଠାରୁ ପକ୍ଷାଘାତ ସବୁ ରୋଗ ପାଇଁ ଗୋଟିଏ ଔଷଧ ସୁନାରୀ ଗଛ : ଜାଣନ୍ତୁ ଏହାର ଚମତ୍କାରୀ ଗୁଣ ଓ ବ୍ୟବହାର

Published By : Prameya-News7 Bureau | October 23, 2019 IST

ଅନେକ ଲୋକ ସୁନାରୀ ଗଛ ଦେଖିନଥିବେ କି ସୁନାରୀ ଗଛ ବିଷୟରେ ଜାଣିନଥିବେ। ଏହାକୁ ସ୍ବର୍ଣ୍ଣଚୂଡ଼ା ଏବଂ ସ୍ବର୍ଣ୍ଣଝରୀ ମଧ୍ୟ କୁହାଯାଇଥାଏ। ଏହା ଏକ ମଧ୍ୟମ ଉଚ୍ଚତା ବିଶିଷ୍ଟ ପର୍ଣ୍ଣମୋଚୀ ବୃକ୍ଷ। ଏହା ପ୍ରାୟତଃ ଓଡ଼ିଶାର ସବୁ ଜଙ୍ଗଲରେ ଦେଖାଯାଏ। ଏହାର କାଠ ଅତି ଟାଣ। ଏହାର ଫୁଲ ଗାଢ଼ ହଳଦିଆ ଓ ପେନ୍ଥାପେନ୍ଥା। ଏହି ଗଛର ସୁନ୍ଦର ଫୁଲ ଯୋଗୁଁ ଏହା ଜଙ୍ଗଲରେ ସ୍ପଷ୍ଟଭାବେ ବାରି ହୋଇପଡ଼େ। ଏହି ଗଛ ମାର୍ଚ୍ଚରୁ ମେ ମାସ ମଧ୍ୟରେ ପତ୍ରଝଡ଼ା ଦିଏ। ଏହି ଗଛର ସର୍ବାଙ୍ଗ ଔଷଧୀୟ। ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ

{"id":173637}

୧. ଜ୍ବର - ଏକକପ୍ ଗରମ କ୍ଷୀରରେ ସୁନାରୀ ଫଳର ଅଠା ମିଶାଇ ସେବନ କଲେ ଜ୍ବର ରୋଗ ଭଲ ହୁଏ।

{"id":173638}

୨.ରକ୍ତପିତ୍ତ : ସୁନାରୀ ଫଳର ଅଠା ମହୁ କିମ୍ବା ଚିନି ସହିତ ସେବନ କଲେ ରକ୍ତପିତ୍ତ ଭଲ ହୁଏ।

{"id":173639}

୩. କାମଳ : ସୁନାରୀ ଫଳର ଅଠା ଆଖୁରସ କିମ୍ବା ଭୂଇଁଅଳା ରସ ସହିତ ସେବନ କଲେ କାମଳ ଭଲ ହୁଏ। ଭୁଇଁଅଳା ବଦଳରେ ଅଁଳା ରସ ମଧ୍ୟ ବ୍ୟବହାରଯୋଗ୍ୟ।

{"id":173640,"width":577,"height":392}

୪. ଅଣ୍ଡକୋଷ : ସୁନାରୀ ଫଳର ମଞ୍ଜି ଏବଂ ଅଠାକୁ ସିଝାଇ ସେହି ସିଝାପାଣି​‌ରେ ଘିଅ ମିଶାଇ ପାନ କଲେ ଅଣ୍ଡକୋଷ ରୋଗ ଭଲ ହୁଏ।

{"id":173641}

୫. ପେଟରୋଗ : ସୁନାରୀ ଫଳକୁ ଶୁଖାଇ ଚୂର୍ଣ୍ଣ କରି ଅଧାଚାମଚ ମାତ୍ରାରେ ସକାଳୁ ଖାଲି ପେଟରେ ପାଣି ସହ ପାନ କଲେ ପେଟ ରୋଗ ଭଲ ହୁଏ।

{"id":173643}

୬. ମୁଖବ୍ରଣ : ସୁନାରୀ ଗଛର ଛେଲିକୁ ଘୋରି ମୁହଁରେ ଲଗାଇଲେ ମୁଖ ବ୍ରଣ,କାଠ ଘିମିରି ଭଲ ହୁଏ। ମୁଖ ସୁନ୍ଦର ଦିଶେ।

{"id":173644}

୭. ଆମବାତ : ସୁନାରୀ ଗଛର କଅଁଳ ପତ୍ରକୁ ସୋରିଷ ତେଲରେ ଭାଜି ଖାଇଲେ ଆମବାତ ଭଲ ହୁଏ।

{"id":173645}

୮. ଅର୍ଶ : ସୁନାରୀ ଫଳର ଅଠାକୁ ସିଝାଇ ସେହି କ୍ବାଥରେ ଏକ ଚାମଚ ଘିଅ ଏବଂ ଅଳ୍ପ ସୈନ୍ଧବଲବଣ ମିଶାଇ ପାନ କଲେ ଅର୍ଶ ରୋଗ ଭଲ ହୁଏ।

{"id":173658}

୯.କୋଷ୍ଠକାଠିନ୍ୟ : ସୁନାରୀ ଗଛର କଅଁଳିଆ ପତ୍ରକୁ ଶୁଖାଇ ଚୂର୍ଣ୍ଣ କରି ତହିଁରେ ସାମାନ୍ୟ ସୈନ୍ଧବ ଲବଣ ମିଶାଇ ରାତିରେ ଶୋଇବାବେଳେ ଏକ ଚାମଚ ମାତ୍ରାରେ ଅଳ୍ପ ଗରମ ପାଣି ସହ ସେବନ କଲେ ଝାଡ଼ା ପରିଷ୍କାର ହୋଇଥାଏ। ସୁନାରୀ ଫଳର ଅଠାକୁ ମଧ୍ୟ ବ୍ୟବହାର କରାଯାଇପାରେ।

{"id":173647}

୧୦. ଶୁଖିଲା କାଶ : ସୁନାରୀ ଫଳର ଅଠାକୁ ଅଳ୍ପ ପାଣିରେ ଭିଜାଇ ସେଥିରେ ଅଳ୍ପ ଚିନି ମିଶାଇ ପାନ କଲେ ଶୁଖିଲା କାଶ ଭଲ ହୁଏ।

{"id":173648}

୧୧. କୁଷ୍ଠରୋଗ : ସୁନାରୀ ପତ୍ରକୁ ବାଟି ଲଗାଇଲେ କୁଷ୍ଠ ଘା ଭଲ ହୁଏ।

{"id":173649}

୧୨. ଯାଦୁ : ସୁନାରୀ ଗଛର ଚେରକୁ ପ୍ରଥମେ କ୍ଷୀରରେ ସିଝାଇ ପରେ ବାଟି ପ୍ରଲେପ କରି ଲଗାଇଲେ ଯାଦୁ ଭଲ ହୁଏ।

{"id":173650}

୧୩. ଶ୍ବାସ : ସୁନାରୀ ଫଳର ମଞ୍ଜିକୁ ଚୂର୍ଣ୍ଣ କରି ଅଧାଚାମଚ ପରିମାଣ ସହ ତୁଳସୀ ରସ ମିଶାଇ ଲେହନ କଲେ ଶ୍ବାସ ରୋଗ ଭଲ ହୁଏ।

{"id":173651}

୧୪. ଦୂଷିତ ଘା : ସୁନାରୀ ପତ୍ରକୁ ବାଟି ପ୍ରଲେପ ଦେଲେ ଦୂଷିତ ପୁରାତନ ଘା ଭଲ ହୁଏ।

{"id":173652}

୧୫. ମେହ ରୋଗ : ସୁନାରୀ ପତ୍ର କିମ୍ବା ମୂଳର ଛାଲିକୁ ସିଝାଇ ପାନ କଲେ ମେହ ରୋଗ ଭଲ ହୁଏ।

{"id":173653}

୧୬. ଗଣ୍ଠିବାତ : ସୁନାରୀ ଛେଲିକୁ ବାଟି ଉଷ୍ଣ ଅବସ୍ଥାରେ ବୋଳିଲେ ଗଣ୍ଠିବାତ ଭଲ ହୁଏ।

{"id":173654}

୧୭. କୃମି : କଷି ସୁନାରୀ ପତ୍ରର ରସ ପାନ କଲେ କୃମି ନାଶ ହୁଏ।

{"id":173655}

୧୮. ପକ୍ଷାଘାତ : ସୁନାରୀ ପତ୍ରକୁ ଛେଚି ରାଶି ତେଲରେ ଭାଜି ପତ୍ରପୁଡ଼ା କରି ସେକ ଦେଲେ ପକ୍ଷାଘାତ ରୋଗ ଭଲ ହୁଏ।

{"id":173656}

୧୯. ପୁରୁଣା ଜ୍ବର : ସୁନାରୀ ମଞ୍ଜି ୨୦ଗ୍ରାମ୍ କଟୁକୀ ୧ଗ୍ରାମ୍ ମୁଥା ପାଚନ ସ୍ବରୂପ ପାନ କଲେ ପୁରୁଣା ଜ୍ବର ଭଲ ହୁଏ।

{"id":173657}

୨୦. ମୂତ୍ର ରୋଗ : ସୁନରୀ ଗଛର ମୂଳର ଛାଲିକୁ ଚୂର୍ଣ୍ଣ କରି ଅଧାଚାମଚ ଅନୁପାନରେ ସକାଳେ ଏବଂ ସଞ୍ଜରେ ପାଣି ସହ ସେବନ କଲେ ପରିସ୍ରା ଦୋଷ,ମେହ,ସ୍ବପ୍ନ ଦୋଷ ଭଲ ହୁଏ।

{"id":173659,"width":588,"height":338}

୨୧. ଅମ୍ଳପିତ୍ତ : ସୁନାରୀ ମଞ୍ଜି ୨୦ଟି ଏବଂ ୧୦ଗ୍ରାମ୍ ପରିମାଣର ଧନିଆ ମିଶାଇ ରାତିରେ ପାଣି​ରେ ବତୁରାଇ ସକାଳେ ପାନ କଲେ ଅମ୍ଳପିତ୍ତ ଅଲସର ଭଲ ହୁଏ।

{"id":173660}

୨୨. ନାକ ଭିତରର ଘା : ସୁନାରୀ ଗଛର ପତ୍ର ଓ ଛେଲିକୁ ବାଟି ଲଗାଇଲେନାକ ଉପରର ଘା,ଭିତରର ଘା ଭଲ ହୁଏ।

{"id":173661}

୨୩. ପାଟି ଘା : ସୁନାରୀ ପତ୍ରକୁ ସିଝାଇ କୁଳି କଲେ ପାଟି ଘା ଭଲ ହୁଏ।

{"id":173662}

୨୪. ଚର୍ମରୋଗ: ସୁନାରୀ ଗଛର ପତ୍ର କିମ୍ବା ଛାଲିକୁ ବାଟି ଲଗାଇଲେ ଯେକୌଣସି ପ୍ରକାରର ଚର୍ମରୋଗ ଭଲ ହୁଏ।

{"id":173663}

୨୫. ଅରୁଚି : ସୁନାରୀ ଫଳର ଅଠା ଏବଂ ଯୁଆଣୀ ସିଝାଇ ପାନ କଲେ ପାଟିର ଅରୁଚି ଦୂର ହୋଇଥାଏ।

{"id":173664}

୨୬. ଯକ୍ଷ୍ମା : ସୁନାରୀ ଫଳର ଅଠା ସହ ମହୁ, ଘିଅ,ଚିନି ମିଶ୍ରଣ କରି ସେବନ କଲେ ଯକ୍ଷ୍ମା ଭଲ ହୁଏ।

{"id":173680}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.