Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା କାଳରେ ପିଅନ୍ତୁ ଇମ୍ୟୁନିଟି ବୁଷ୍ଟର୍ ଟମାଟୋ ଜୁସ୍, ମିଳିବ ଅନେକ ଫାଇଦା

26/05/2021 at 12:39 PM

ନୂଆଦିଲ୍ଲୀ ୨୬/୦୫: ଟମାଟୋ  ଅନେକ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହାକୁ ଖାଇବା ଉଭୟ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ । କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହାକୁଖାଇବା ଅତ୍ୟନ୍ତ ଲାଭଦାୟକ । ସାଧାରଣତଃ ଲୋକମାନେ ପନିପରିବା ଏବଂ ସାଲାଡ ଭଳି ଟମାଟୋ ଅଧିକ ଖାଆନ୍ତି । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବଢାଇବା ଏବଂ ଅନ୍ୟାନ୍ୟ ରୋଗରୁ ଦୂରେଇ ରହିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଏହାର ଜୁସ୍  ଅନ୍ତର୍ଭୁକ୍ତ କରିବା ସର୍ବୋତ୍ତମ ବିକଳ୍ପ ହେବ । ତେବେ ତେବେ ଚାଲନ୍ତୁ ଜାଣିବା କିପରି କରିବେ ଟମାଟୋ ଜୁସ୍ ଏବଂ ଏହାର ଉପକାରିତା ।

PunjabKesari

ସାମଗ୍ରୀ:

ପାଣି- ୧ କପ୍

ଟମାଟୋ- ୨ ଟି

ଲୁଣ- ୧ ଚିମୁଟା

ପ୍ରସ୍ତୁତ୍ ପ୍ରଣାଳୀ:

-ଟମାଟୋକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ ।

-ଜୁସର୍ ଜାରରେ ଟମାଟୋ ଏବଂ ପାଣି ମିଶାଇ ଜୁସ୍ ପ୍ରସ୍ତୁତ କରନ୍ତୁ ।

-ଏହାକୁ ବାହାର କରି ଲୁଣ ମିଶାଇ ପିଅନ୍ତୁ ।

ଏହାର ଫାଇଦା:

ବ୍ରେଷ୍ଟ କ୍ୟାନ୍ସର୍ ଆଶଙ୍କା ଦୁର କରିଥାଏ:

ଅନୁସନ୍ଧାନ ଅନୁଯାୟୀ, ଟମାଟୋରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ ଗୁଣ ଶରୀରରେ କ୍ୟାନ୍ସରର କୋଷିକାକୁ ବଢିବାରୁ ରୋକିଥାଏ। ତେଣୁ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର୍ ରୋଗର ଆଶଙ୍କା କମ୍ ରହିଥାଏ।

ଇମ୍ୟୁନିଟି ବଢାଇଥାଏ:

କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଦୈନନ୍ଦିନ ଖାଦ୍ୟରେ ଟମାଟୋ ଜୁସ୍ ମିଶାଇବା ସର୍ବୋତ୍ତମ ବିକଳ୍ପ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବଢାଇଥାଏ । ଏଥି ସହିତ ଥଣ୍ଡା, କାଶ, ଜର ଇତ୍ୟାଦି ଋତୁ କାଳୀନ ରୋଗରୁ ରକ୍ଷା କରିଥାଏ ।

PunjabKesari

ମଧୁମେହ କଣ୍ଟ୍ରୋଲରେ ରଖିଥାଏ:

ସୁଗାର ଲେବଲ୍ ନିୟନ୍ତ୍ରଣ ରଖିବା ପାଇଁ ଟମାଟୋ ଜୁସ୍ ସହାୟକ ହୋଇଥାଏ । ତେଣୁ ମଧୁମେହ ରୋଗୀମାନେ ଏହାକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ଓଜନ ହ୍ରାସ କରିଥାଏ:

ଟମାଟୋରେ ଅଧିକ ପରିମାଣର ଜଳ ଏବଂ ଫାଇବର ହେତୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଏହା କ୍ୟାଲୋରୀରେ କମ୍ ଅଟେ । ତେଣୁ ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ।

ଉତ୍ତମ ରକ୍ତ ସଞ୍ଚାଳନ କରିଥାଏ:

ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଥିବା ଟମାଟୋ ଶରୀରରେ ରକ୍ତର ଅଭାବ ପୁରଣ କରିବା ସହିତ ରକ୍ତ ସଞ୍ଚାଳନ ସଠିକ ଭାବରେ କରିଥାଏ ।

ସ୍କିନ୍ ଗ୍ଲୋ କରିଥାଏ:

ଟମାଟୋ ଜୁସ୍ ସ୍ୱାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ । ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୁର ହୋଇ ଚେହେରା ସଫା, ଚମକି ଥାଏ ।

   Related Posts