Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ବୁଟ : ଜାଣନ୍ତୁ ଏହାର ଗୁଣ ଓ ସେବନ କରିବା ତରିକା

30/07/2020 at 6:36 PM

ଭୁବନେଶ୍ୱର ୩୦/୦୭ : ଆଧୁନିକ ଯୁଗରେ ମଣିଷ ଏତେ କାର୍ଯ୍ୟ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଭୁଲି ଯାଇଥାଏ ନଚେତ ସମୟ ଅଭାବରୁ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଏ | ଏହିଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ | ଆମ ଘରେ ଏମିତି ଅନେକ ଜିନିଷ ଥାଏ ଯାହା ଜରିଆରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବା | ସେଥିରୁ ଗୋଟିଏ ହେଲା ବୁଟ | ବୁଟ ସାଧାରଣତଃ ସମସ୍ତଙ୍କ ଘରେ ଉପଲବ୍ଧ | ବୁଟର ଅନେକ ଗୁଣ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର | ବୁଟ ଓଜନ କମ କରିବାରେ ସହାୟକ ହୋଇଥାଏ | ବୁଟ କୋଲେଷ୍ଟ୍ରୋଲ ଲେଭଲ କମ କରିବାରେ ମଧ୍ୟ ସହାୟକ ହୋଇଥାଏ |

ବୁଟର କାନ କାନ ଫାଇଦା ଅଛି ଜାଣନ୍ତୁ :

  • ବୁଟରେ ବହୁ ପରିମାଣରେ ପ୍ରୋଟିନ ରହିଛି | ବୁଟରେ ଫାଇବର ରହିଛି ଯାହା ସହଜରେ ହଜମ ମଧ୍ୟ ହୋଇଥାଏ |
  • ଯେଉଁମାନଙ୍କୁ ନିଜ ଶକ୍ତି ବୃଦ୍ଧି କରିବାର ଥାଏ କିମ୍ବା ଯେଉଁମାନେ ଜିମ ଯାଉଥାନ୍ତି ସେମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଥାଏ |
  • ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଆପଣ ଗୁଡ ସହିତ ବୁଟ ମିଶାଇ ଖାଇପାରିବେ |
  • ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ |
  • ବୁଟରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ସେଥିପାଇଁ ଶିଶୁଙ୍କୁ ମଧ୍ୟ ବୁଟ ଦେବା ଉଚିତ | ବଢ଼ିଲା ଶିଶୁଙ୍କ ପାଇଁ ବୁଟ ଅତ୍ୟନ୍ତ ଉପାଦେୟ | ଏହା ବଢ଼ିଲା ଶିଶୁଙ୍କ ମଧ୍ୟରେ ଆବଶ୍ୟକୀୟ ପ୍ରୋଟିନ ଓ ଏନେର୍ଜି ପୁରା କରିଥାଏ |
  • ସିଝା ବୁଟ କିମ୍ବା ଗଜା ବୁଟ ଅତ୍ୟନ୍ତ ହିତକର | ଏହାଦ୍ୱାରା ଏଞ୍ଜାଇମ୍ସ ମିଳିଥାଏ ଓ ସହଜରେ ହଜମ ମଧ୍ୟ ହୋଇଥାଏ | 
  • ବୁଟ ଶରୀରରେ ଥିବା ଅନାବଶ୍ୟକ ଜଳକୁ ହାର୍ଡ କରିଥାଏ | ଶ୍ୱାସ ରୋଗୀ, ଏଲର୍ଜୀ ଥିବା ରୋଗୀ, କିମ୍ବା ଯେଉଁମାନଙ୍କର ବହୁତ ସ୍ୱେଲିଙ୍ଗ ହୋଇଥାଏ ସେମାନେ ଅଟାରେ ବୁଟ ଅଟା ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ଏହାଦ୍ୱାରା ସ୍ୱେଲିଙ୍ଗ ମଧ୍ୟ କମିଯାଇଥାଏ |
  • ବୁଟରେ ଆଇରନ ମଧ୍ୟ ରହିଛି | ବୁଟ ସହିତ ଗୁଡ ଖାଇଲେ ଆଇରନ ଶରୀରରେ ଆଇରନ ଅଭାବ ଦେଖା ଦେଇନଥାଏ |
  • ବୁଟକୁ ଗୁଣ୍ଡ କରି ଅଟାରେ ମିଶାଇ ପ୍ରତିଦିନ ଖାଇଲେ ଓଜନ କେବେ ମଧ୍ୟ ବଢ଼ିନଥାଏ ବୋଲି କୁହାଯାଏ |
  • ମଧୁମେହ ରୋଗୀଙ୍କ ପାଇଁ ସୁଗାର ଲେଭଲ ନିୟନ୍ତ୍ରଣ କରିବା ପାଇଁ ବୁଟ ଓ ବୁଟ ଅଟାରେ ତିଆରି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ |

   Related Posts