ଶରୀରରେ ଅଫୁରନ୍ତ ଶକ୍ତି ସଞ୍ଚାର କରିପାରେ ଏକ କୋଲା ରସୁଣ

Published By : Prameya-News7 Bureau | May 11, 2019 IST

ବ୍ୟସ୍ତତାଭରା ଜୀବନ ଶୈଳୀ ପାଇଁ ଅନେକ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଏଥିଲାଗି କେତେକ ଦୁର୍ବଳତା ଅନୁଭବ କରନ୍ତି।  ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କଲେ ମଧ୍ୟ ଶାରୀରିକ ଦୁର୍ବଳତା ଦୂର ହୁଏନି। ହେଲେ ଆମ ରୋଷେଇ ଘରର କିଛି ସାମଗ୍ରୀ ଆମର ଦୁର୍ବଳତା ଦୂର କରିପାରିବ ତାହା କ୍ବଚିତ ଜାଣନ୍ତି । ଏଇଭଳି ଏକ ସାମଗ୍ରୀ ହେଉଛି ରସୁଣ। ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ଘରେ ରସୁଣର ବହୁଳ ବ୍ୟବହାର ହୋଇଥାଏ । ଆମେ ଯଦି ଏହାର ଉପାୟ କରି ପାରିବା ତେବେ ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ ।

{"id":110945}

ରସୁଣର ଅନେକ ଔଷଧିୟ ଗୁଣ ରହିଛି । ତେବେ ଆମେ ଶାରୀରିକ ଦୁର୍ବଳତା ପାଇଁ ମହୁ ସାଙ୍ଗରେ ରସୁଣ ସେବନ କରିପାରିବା। ଅଧ କିଲୋ ମହୁ ସହ ୨ଶହ ଗ୍ରାମ ଚୋପା ଛଡା ରସୁଣ ମିସାଇ ରଖି ଦିଅନ୍ତୁ। କିଛି ଦିନ ପରେ ରାତିରେ ଖାଇବା ପରେ ଏହି ରସୁଣରୁ ଗୋଟିଏ ଅଥବା ୨ଟି କୋଲା ଖାଇ ଦିଅନ୍ତୁ। ତେବେ ଧ୍ୟାନ ରଖନ୍ତୁ ରସୁଣ ଖାଇବା ପରେ ପାଣି ପିଅନ୍ତୁ ନାହିଁ। ଲଗାତାର କିଛି ଦିନ ଖାଇବା ପରେ ଶାରୀରିକ ସ୍ପୁର୍ତ୍ତି ଅନୁଭବ କରିବେ।

{"id":110946}

ତେବେ ମହୁମିସା ରସୁଣ ଲଗାତାର ୧୫ ଦିନ ଖାଇବା ପରେ ବନ୍ଦ କରିଦିଅନ୍ତୁ। କିଛିଦିନର ବ୍ୟବଧାନ ପରେ ପୁଣି ୧୫ ଦିନ ସେବନ କରନ୍ତୁ। ବାର୍ଷିକ ୯୦ ଦିନରୁ ଅଧିକ ଏହି ରସୁଣ ଖାଆନ୍ତୁ ନାହିଁ । ରସୁଣ ଧଳା ଓ ନାଲି ରଙ୍ଗର ମିଳେ। ସାଧାରଣତଃ ଧଳା ରସୁଣ ସମସ୍ତଙ୍କ ଘରେ ବ୍ୟବହାର ହୁଏ । ତେବେ ଏହି ଉପାୟ ପାଇଁ ନାଲି ରସୁଣ ହେଲେ ଭଲ। ତଥାପି ନାଲି ଓ ଧଳା ରସୁଣର ଗୁଣ ଏକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.