ତ୍ବଚାକୁ ଦାଗମୁକ୍ତ କରିବା ସହ ଅନେକ ରୋଗରୁ ଦେଇଥାଏ ମୁକ୍ତି : ଜାଣନ୍ତୁ କର୍ପୂର ଏବଂ କର୍ପୂର ତେଲର କମାଲ୍

Published By : Prameya-News7 Bureau | January 18, 2020 IST

ପୂଜା-ପାଠ,ଯଜ୍ଞ-ଆଳତୀରେ କର୍ପୂର ପ୍ରତି ଘରେ ପ୍ରୟୋଗ କରାଯାଇଥାଏ। କିନ୍ତୁ ଏହା ବ୍ୟତୀତ କର୍ପୂର ଅନ୍ୟ କାର୍ଯ୍ୟରେ ମଧ୍ୟ ଉପଯୋଗ କରାଯାଇଥାଏ। କର୍ପୂରରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଫଙ୍ଗଲ୍ ଗୁଣ ମିଳିଥାଏ। ଏହି କାରଣ ଯୋଗୁଁ ଏହା ଆମ ସ୍ବାସ୍ଥ୍ୟ ଏବଂ ପ୍ରସାଧନ ପାଇଁ ଅତ୍ୟଧିକ ଲାଭଦାୟକ। କର୍ପୁର ଏବଂ କର୍ପୁର ତେଲ ଉଭୟ ଆମ ପାଇଁ ଅତ୍ୟନ୍ତ ଉପଯୋଗୀ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

{"id":212957,"sizeSlug":"large"}

କର୍ପୂର ତେଲକୁ ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ଏବଂ ବଥ ଭଲ ହୋଇଯାଇଥାଏ। ଏହା ତ୍ବଚାରେ ଅନ୍ୟ ଦାଗ-ଚିହ୍ନକୁ ମଧ୍ୟ ଉପଶମ କରିଥାଏ। ଅବସାଦକୁ କମ୍ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରିବା ଅଧିକ ଲାଭଦାୟକ ହୋଇଥାଏ। ଏହାକୁ ମୁଣ୍ଡରେ ଲଗାଇଲେ ଏବଂ କେଶରେ ମସାଜ କରିବା ଦ୍ବାରା ଅବସାଦରୁ ମୁକ୍ତି ମିଳିଥାଏ।

{"id":212958,"sizeSlug":"large"}

କେଶ ଝଡ଼ିବା ଏବଂ ରୁପି ସମସ୍ୟା ହେଲେ କର୍ପୂର ତେଲ ମସାଜ କରିବା ଲାଭଦାୟକ ହୋଇଥାଏ। ଚନ୍ଦାପଣ ସମସ୍ୟାରେ କର୍ପୂର ତେଲ ଲଗାଇବା ଦ୍ବାରା ପୁଣି ଥରେ କେଶ ଉଠିବାରେ ସାହାଯ୍ୟ କରିଥାଏ। ଏହା କେଶରେ ଲଗାଇବା ଖୁବ୍ ଶୀଘ୍ର କେଶ ବଢ଼ିଥାଏ ଏବଂ ମଜବୁତ ହୋଇଥାଏ। ଏଥିପାଇଁ କର୍ପୂର ତେଲ ଦହିରେ ମିଶାଇ କେଶ ମୂଳରେ ଲଗାନ୍ତୁ ଏବଂ ଘଣ୍ଟାଏ ପରେ କେଶ ଧୁଅନ୍ତୁ।

{"id":212960,"sizeSlug":"large"}

ଏକ ଟବରେ ନଖ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଟିକେ କର୍ପୂର ତେଲ ପକାନ୍ତୁ। ଏଥିରେ ଗୋଡ଼କୁ ବୁଡ଼ାଇ ବସିବା ଦ୍ବାରା ଆପଣଙ୍କ ପାଦ ସଫା ହୋଇଯିବ ଏବଂ ଫାଟିଥିବା ପାଦ ଖୁବ୍ ଶୀଘ୍ର ଠିକ୍ ହୋଇଯିବ। ଗୋଡ଼ରେ ହୋଇଥିବା ସଂକ୍ରମଣ କିମ୍ବା ଫଙ୍ଗସକୁ ମଧ୍ୟ ଏହା ଦୂର କରିଥାଏ। ଗୋଡ଼ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।

{"id":212961,"sizeSlug":"large"}

ଆପଣଙ୍କ ତ୍ବଚାରେ ଯଦି କୌଣସି ପୋଡ଼ାଜଳା ଦାଗ ଥିବ ତେବେ ଏହି ସ୍ଥାନରେ କର୍ପୂର ତେଲ ଲଗାଇବା ଦ୍ବାରା ଏହି ଦାଗ ଧୀରେ ଧୀରେ ଗାୟବ ହୋଇଯିବ। ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। ଏହା ଆପଣଙ୍କୁ ସଫା,ସୁସ୍ଥ,ଚିକ୍କଣ ଏବଂ ଦାଗହୀନ ତ୍ବଚା ଦେବ।

{"id":212962,"sizeSlug":"large"}

ଶରୀରର ଆଭ୍ୟନ୍ତରୀଣ ଯନ୍ତ୍ରଣାରେ ମଧ୍ୟ କର୍ପୂର ତେଲ ଅବ୍ୟର୍ଥ ଔଷଧ। ଶରୀରର ଯେଉଁ ଭାଗରେ ଯନ୍ତ୍ରଣା ଥିବ,ସେଠାରେ କର୍ପୂର ତେଲ ନଖ ଉଷୁମ କରି ମସାଜ କରିବା ଦ୍ବାରା ଉପଶମ ମିଳିଥାଏ।

{"id":212963,"sizeSlug":"large"}

କର୍ପୂର ତେଲ ବଜାରରେ ସହଜରେ ମିଳିଥାଏ। ଆପଣ ଚାହିଁଲେ ଏହାକୁ ଘରେ ପ୍ରସ୍ତୁତ କରି ପାରିବେ। ଏହାକୁ ଘରେ ପ୍ରସ୍ତୁତ କରିବା ପାଇଁ ନଡ଼ିଆ ତେଲରେ କର୍ପୂରର କିଛି ଟୁକୁରା ପକାନ୍ତୁ ଏବଂ କୌଣସି ଏୟାରଟାଇଟ୍ ଡବାରେ ଭର୍ତ୍ତି କରି ରଖନ୍ତୁ। କର୍ପୂରର ଗୁଣ ଅବଶୋଷିତ ହୋଇଯିବା ପରେ କର୍ପୂର ତେଲ ପ୍ରସ୍ତୁତ ହୋଇଯିବ।

{"id":212964,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.