ନିୟମିତ ସେବନ କରନ୍ତୁ ଗୋଟିଏ ଗ୍ଲାସ୍ କଲରା ଜୁସ୍: ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

Published By : Prameya-News7 Bureau | September 29, 2020 IST

ଭୁବନେଶ୍ୱର ୨୯/୦୯ : ଅଧିକାଂଶ ସମୟରେ ଲୋକେ ନିଜ ଶରୀରର ଓଜନକୁ ନେଇ ଚିନ୍ତିତ ଥାଆନ୍ତି । ବାହାର ଖାଦ୍ୟ, ଜଙ୍କ୍ ଫୁଡ୍, ଅସମୟରେ ଖାଇବା ଆଦି ଓଜନ ବଢିବାର କିଛି କାରଣ । ଏହିଭଳି ସ୍ଥିତିରେ କଲରା ଜୁସ୍ ଓଜନ ନିୟନ୍ତ୍ରଣ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ତା'ଛଡା କଲରା ଜୁସର ଅନେକ ଲାଭ ମଧ୍ୟ ରହିଛି । କଲରାର ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । ଶରୀରରେ ସୁଗର୍ ଲେଭଲ୍ କମ୍ କରିବାରେ କଲରା ବହୁତ ମହତ୍ତ୍ୱପୂର୍ଣ୍ଣ । ଏହାସହ ଓଜନ କମ୍ କରିବାରେ ଓ ନିୟନ୍ତ୍ରଣରେ ରଖିବାରେ ମଧ୍ୟ କଲରା ବହୁତ ଲାଭଦାୟୀ । ଏହାର ଅନ୍ୟ ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି । ଜାଣନ୍ତୁ କ'ଣ କ'ଣ :

{"id":336043,"sizeSlug":"large"}

କ୍ୟାନସରରୁ ରକ୍ଷା କରିଥାଏ - ଏକ ରିପୋର୍ଟ ଅନୁଯାୟୀ, କଲରା ଜୁସ୍ କ୍ୟାନସର କୋଷର କ୍ଷମତାକୁ ସୀମିତ କରିଥାଏ । ଏହା କୋଷର ଉର୍ଜା ସ୍ରୋତକୁ କମ୍ କରିବା ସହ ତାକୁ ମାରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ କଲରା ଜୁସ୍ ସ୍ତନ କ୍ୟାନସରର ଚିକିତ୍ସା କରିବାରେ ସହାୟକ ।

{"id":336044,"sizeSlug":"large"}

ଶ୍ୱାସ ରୋଗ ଚିକିତ୍ସା ପାଇଁ ସହାୟକ - ନିୟମିତ କଲରା ରସ ସେବନ କରିବା ଦ୍ୱାରା ପୁରୁଣା କାଶ ଦୂର ହୋଇଥାଏ । କଲରା ଜୁସ୍ ଶ୍ୱାସ ରୋଗ ଓ ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଏକ ପ୍ରଭାବୀ ଉପାୟ ।

{"id":336045,"sizeSlug":"large"}

ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି - କଲରା ଖାଇବା ଦ୍ୱାରା ଏବଂ କଲରା ରସ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଫା ହୋଇଥାଏ । ରକ୍ତ ସଫା ହେବା ଫଳରେ ଏହା ତ୍ୱଚାର ରେଖା ହଟାଇବାରେ ସହାୟକ ହୋଇଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.